5T ସଚିବଙ୍କ ଆଜି ଯାଜପୁର ଗସ୍ତର ଶେଷ ଦିନ

add-all

ଯାଜପୁର : 5T ସଚିବ ଭି. କେ ପାଣ୍ଡିଆନଙ୍କ ଯାଜପୁର ଜିଲ୍ଲା ଗସ୍ତର ଆଜି ଶେଷ ଦିନ । ମାଆ ବିରଜାଙ୍କ ଦର୍ଶନ କରି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏବେ ବରି ନିର୍ବାଚନ ମଣ୍ଡଳୀର ବ୍ରହ୍ମବରଦା ହାଇସ୍କୁଲ ପଡ଼ିଆରେ ପହଞ୍ଚିଛନ୍ତି ଫାଇଭ ଟି ସଚିବ । ଜନ ଶୁଣାଣିରେ ଯୋଗ ଦେଇଛନ୍ତି । ଛଅ ମାସରେ 5T ସଚିବଙ୍କ ୧୪୭ ନିର୍ବାଚନ ମଣ୍ଡଳୀ ଗସ୍ତ। ମାର୍ଚ୍ଚ ୨ରୁ ଆରମ୍ଭ ହୋଇଥିଲା ଭି.କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ। ଏହା ଭିତରେ ୩୦ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀ ଗସ୍ତ ସରିବାକୁ ଯାଉଛି।

ଆଜି ପ୍ରଥମେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ଦର୍ଶନ କରିଥିଲେ 5T ସଚିବ ଭି.କେ ପାଣ୍ଡିଆନ। ମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ। ପରେ ପାନ୍ଥନିବାସ ପରିସରରେ ଥିବା ଅତ୍ୟାଧୁନିକ ମିଶନ ଶକ୍ତି କାଫେ ବୁଲି ଦେଖିବା ସହ ମହିଳା ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହାପରେ ଯାଜପୁର ପୌରପାଳିକା ଅନ୍ତର୍ଗତ ମିଶନ ଶକ୍ତି ଭଵନରେ ମହିଳା ମାନଙ୍କ ସହ ଆଲୋଚନା କରିଥିଲେ।

ad-week
Leave A Reply

Your email address will not be published.