ମୁଦୁଲିପଡ଼ା ଥାନା ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା…

add-all


ମାଲକାନଗିରି //କୁଡୁମୁଲୁଗୁମ୍ମା (୦୧/୦୯) : ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ଥାନା ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ତାଣ୍ଡିଙ୍କୁ ଆଜି ଖଇରପୁଟ କଲ୍ୟାଣ ମଣ୍ଡପ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ ତାଣ୍ଡି ଜଣେ ମେଳାପି ସ୍ୱଭାବର ବେକ୍ତୀ ଥିଲେ ଆଇନ କାନୁନ ପରିସ୍ଥିତି କୁ ଦକ୍ଷତା ସହକାରେ ସମ୍ଭାଳିବା ସହ ଲୋକ ସମ୍ପର୍କକୁ ମଧ୍ୟ ପ୍ରାଥମିକତା ଦେଉଥିଲେ । ଶ୍ରୀ ତାଣ୍ଡିଙ୍କୁ ପୁଷ୍ପଗୁଛ ଓ ଉପଢକନ ଦେଇ ସମସ୍ତେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ। ଶ୍ରୀ ତାଣ୍ଡିଙ୍କ ବର୍ତ୍ତମାନ ମାଲକାନଗିରି ସଦର ଥାନାକୁ ବଦଳି ହୋଇଥିବା ବେଳେ ଖଇରପୁଟ ଅଞ୍ଚଳ ବାସି ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସା କରିଛନ୍ତି। ଏହି ଅବସରରେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କ୍ରିସାନି, ଖଇରପୁଟ ତହସିଲଦାର ଲଳିତ ମଣ୍ଡଳ, ଜିଲ୍ଲା ପରିଷଦ ସଭ୍ୟ ବଳି ମାଝି, କୁଡୁମୁଲୁଗୁମ୍ମା ଗୋପୀ ପାଙ୍ଗି, କଦମଗୁଡ଼ା ପୂର୍ବତନ ସରପଞ୍ଚ ରଘୁ କ୍ରିସାନି, ରାସବେଡା ସରପଞ୍ଚ ପ୍ରମିଳା ଗୁଟା, ଖଇରପୁଟ ସରପଞ୍ଚ ଦଇମତି ଗୋଲପେଦା, ଅଣ୍ଡରାହାଲ ସରପଞ୍ଚ ମଙ୍ଗୁଳି ଝିଗିଡି, ମୁଦୁଲିପଡ଼ା ସରପଞ୍ଚ ସମାରି ଧାଙ୍ଗଡାମାଝି, ସମାଜସେବୀ ତଥା ସାମ୍ବାଦିକ ଆନନ୍ଦ ଚାର୍କିଙ୍କ ସହ ସ୍ଥାନୀୟ ଲୋକ ପ୍ରତିନିଧି, ଗଣମାଧ୍ୟମ ପ୍ରତନିଧି ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.