ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ପୁନଃ ନାମଲେଖା କାର୍ଯ୍ୟକ୍ରମ

add-all

ଫୁଲବାଣୀ : ସତ୍ୟ ପୀର ମିଶ୍ର ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଦେଶ କ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅନୁଶିଳା ରଏ , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ, କନ୍ଧମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫୁଲବାଣୀ ରଞ୍ଜନ କୁମାର କହଁର , ଏବଂ ଦୁଇ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀମତୀ ସରିତା ମହାରଣା, ରବିନ୍ଦ୍ର କୁମାର ଦିଗାଲ, ପୀରାମଲ୍ ଫାଉଣ୍ଡେସନର ସଦସ୍ୟ, ଆକ୍ସନ ଏଡ୍ ର ସଞୋଜିକା ଓ ପାରା ଲିଗାଲ ‌ଭଲେନଟିୟ୍ରର (୧୦)ଜଣଙ୍କ ମିଳିତ ସହଯୋଗ ରେ ଫୁଲବାଣୀ ସହରର ସବୁ‌ସାହି ବସ୍ତି ଗୁଡ଼ିକୁ ଘରକୁ ଘର ଯାଇ ଅଧାରୁ ପାଠ ଛାଡିଥିବା ପିଲା ମାନଙ୍କୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ରେ ନାମ ଲେଖେଇବା ପାଇଁ ଆଗ୍ରହ‌ ସୃଷ୍ଟି କରାଇଥିଲେ, ଏହି କାର୍ଯ୍ୟକ୍ରମ ତା ୯,୮,୨୩,ରୁ ଆରମ୍ଭ ହୋଇ ତା ୧୭, ୮,୨୩,ରିଖ ପଯ୍ୟନ୍ତ ଚାଲିଥିଲା,ଯାହର ଫଳ ସୂରୁପ ୧୮ଵର୍ଷ ରୁ କମ୍ ପିଲା ୫୩ଜଣ, ପିଲା ଦେୟ ମୁକ୍ତ,ନାମ ଲେଖାଇଥିଲେ ଏବଂ ୨୪ଜଣ ଯିଏକି ଦେୟ ଯୁକ୍ତ ତଥା ୧୮ବର୍ଷ ରୁ ଉର୍ଦ୍ଧ୍ବ ନାମ ଲେଖାଇ ଥିଲେ ଫୁଲବାଣୀ ପୋୖର ପରିଷଦର ଅଧିକାଂଶ ଲୋକ ରାଜ୍ୟ ମୁକ୍ତ ବିଦ୍ୟାଳୟ ବିଷୟରେ ଅବଗତ ନଥିଲେ ସେଥିପାଇଁ ଏହି ଦୁଇଟି ଟିମ୍ ରାଜ୍ୟ ମୁକ୍ତ ବିଦ୍ୟାଳୟ ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରାଇ ଥିଲେ ଯାହା ଫଳରେ ଅଧାରୁ ପାଠ ଛାଡିଥିବା ପିଲାମାନେ ନାମ ଲେଖେଇବା ପାଇଁ ଆଗ୍ରହ‌ ପ୍ରକାଶ କରିଥିଲେ ଏହି ଭଳି କାର୍ଯ୍ୟ କ୍ରମ ଆଗକୁ ଜାରି ରହିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ‌ଅନୁଶିଳା ରୟ ସୂଚନା ପ୍ରଦାନ କରିଥିଲେ l

ad-week
Leave A Reply

Your email address will not be published.