ଭାରତୀୟ ଜୀବନ ବୀମା ନିଗମର ୬୭ତମ ପ୍ରତିଷ୍ଠା ଦିବସ

add-all

ଚିକିଟୀ : ଭାରତୀୟ ଜୀବନ ବୀମା ନିଗମର ୬୭ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଚିକିଟୀ ଭାରତୀୟ ଜୀବନ ବୀମା ନିଗମର ସାଟେଲାଇଟ ଅଫିସରେ ଶାଖା ପରିଚାଳକ ଅଭିରାମ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଡା.ବି.ବାସୁଦେବ ସୁବୁଦ୍ଧି ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ବୀମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ କହିଥିଲେ। ନିଗମ ଗୀତ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଦୁଇ ବରିଷ୍ଠ ଅଭିକର୍ତ୍ତା ସିଦ୍ଧନାଥ ଦାସ ଓ ଟି. ଆନନ୍ଦ ରାଓ ସୁବୁଦ୍ଧି,ଦୁଇଜଣ ସିଏଲଆଇଏ ରବିନ୍ଦ୍ରନାଥ ବିଷୋୟୀ , ପି.ଡିଲିରାଓ, ଏବଂ ଡିଓ ରବୀନ୍ଦ୍ର ସେଠୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥିତ ଅଭିକର୍ତ୍ତା ମାନେ ସେମାନଙ୍କ ଅଭିଭାଷଣ ପ୍ରଦାନ କରିଥିଲେ। ରାଜ ଗୋପାଳ ପାଢ଼ୀ କାର୍ଯ୍ୟକ୍ରମ ରେ ସମସ୍ତଙ୍କୁ ହସେଇ ହସେଇ ବେଦମ କରିଥିଲେ। କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ତ୍ରିପତି ବାଲାଜୀ ବେହେରା,ପ୍ରଭାକର ସାହୁ,ନାରାୟଣ ସାହୁ,ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ,ଯଶୋଦା ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ବିଶେଷ ସହଯୋଗ କରିଥିଲେ।ଭାରତୀୟ ଜୀବନ ବୀମା ର ୬୭ତମ ପ୍ରତିଷ୍ଠା ଦିବସରେ ଉପସ୍ଥିତ ସମସ୍ତେ ନିଗମ ପ୍ରତି ନିଷ୍ଠାବାନ ହେବାନେଇ ମିଳିତ ଶପଥ ପାଠ କରିଥିଲେ। ଉପସ୍ଥିତ ଅଭିକର୍ତ୍ତା ମଧ୍ୟରେ ଦେବଦତ୍ତ ପଟ୍ଟନାୟକ, ଅନିତା ସେଠୀ, ସନ୍ତୋଷ ବେହେରା,ରବୀନ୍ଦ୍ର ସାହୁ, ନରସିଂହ ପ୍ରଧାନ,ସୂର୍ଯ୍ୟ ସାହୁ,ସଞ୍ଜୟ ପୃଷ୍ଟି,ଧୀରେନ୍ଦ୍ର ପ୍ରଧାନ,ଡି. ରବିନାରାୟଣ ପ୍ରମୁଖ ରହିଥିଲେ ।

ad-week
Leave A Reply

Your email address will not be published.