
ଉମରକୋଟ (୦୧/୦୯) : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଦେବାଗାଁ ପଞ୍ଚାୟତ ଅନ୍ତର୍ଗତ ଖୁଟୁଗାଁ ଓ ନନ୍ଦିପାରା(କୋଷଲ ) ଗ୍ରାମ ଠୁ ଅନୁମାନିକ ଦେଢ କିଲୋମିଟର ହେବ ଜମି ମଝିରୁ ଏକ ପରିତାକ୍ତ ସଜଳଧାରା କୂଅରୁ ୧୭ ବର୍ଷ ନାବାଳିକାର ମୃତ ଦେହ କୂଅ ଭିତରେ ଭାସିବାକୁ ଆଖ ପାଖର ଜମିରେ କାମ କରୁଥିବା ଲୋକ ମାନେ ଦେଖିବାକୁ ପାଇଥିଲେ l ଏହି ଖବର ପ୍ରଚାର ହେବା ପରେ ରାଇଘର ଥାନା ଓ ଅଗ୍ନିଶମ ବାହିନୀ ଘଟଣା ସ୍ତଳରେ ପହଁଞ୍ଚି ଶବ କୁ କୂଅ ଭିତରୁ ବାହାର କରିବା ପରେ ଜଣା ପଡିଲା ଯେ ସେ ଝିଅଟି କୁଟୁଗାଁ ଗ୍ରାମର ଶ୍ରୀ ଆଶାରାମ ଗଣ୍ଡଙ୍କ ଝିଅ ଝରନା l ସୂଚନା ଅନୁଯାୟୀ ବିଗତ ୩o /୦୮/୨୦୨୩ ରିଖ ସନ୍ଧ୍ୟା ବେଳେ ଝିଅ ଝରନା ଘରରୁ କେଉଁ ଆଡ଼େ ଚାଲି ଯାଇଥିଲେ କିନ୍ତୁ ଗାଁ ସାରା ଖୋଜିବା ପରେ ମଧ୍ୟ ପାଇଁ ନଥିଲେ, କାଳେ ସାଙ୍ଗ ସାଥୀ ହୋଇ କୋଉଠିଁ ଯାଇ ଥିବ ଭାବି ବାପା ଆଶାରାମ ପରଦିନ ନିଜର ବନ୍ଧୁ ବାନ୍ଧବ ଓ ଝିଅର ସାଙ୍ଗ ମାନଙ୍କ ପଚାରି ଝିଅର ସନ୍ଧାନ ନ ପାଇଁ ହତାଶ ହୋଇ ଘରେ ଆସି ଥିଲେ ଓ ଆଜି ୦୧/୦୯/୨୦୨୩ ସକାଳେ ଝିଅର ମିସିଂ କେସ ଦେବାପାଇଁ ବାହାରିବା ବେଳକୁ ରାସ୍ତାରେ ଝିଅର ମୃତ୍ୟୁ ଖବର ଶୁଣି ନିଜକୁ ସମ୍ଭାଳି ନପାରି ଅଚେତ ହୋଇ ମାଟିରେ ପଡ଼ି ଯାଇ ଥିଲେ l ଜ୍ଞାନ ଫେରି ପାଇବା ପରେ ଝିଅର ବାବା ରାଇଘର ଥାନାରେ ଝିଅର ମୃତ୍ୟୁ ବିଷୟ କୁ ନେଇ ଏକ ଲିଖିତ ଅଭିଯୋଗ କରିବା ପରେ ରାଇଘର ଥାନା ଭାରପ୍ରାପ୍ତ ଅଧିକାରୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି କେସ ନମ୍ବର ୧୪୬/୩୦୨ ଏକ କେସ ରୁଜୁ କରି ଛାନ ଭିନ କରି ତଦନ୍ତ ଆରମ୍ଭ କରିଛନ୍ତି l ଏବେ ଦେଖିବାକୁ ବାକି ରହିଲା ଏହା ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା.. ? ପୋଲିସ ଶବ ଟିକୁ ଜବତ କରି ପୋଷ୍ଟମୋଟମ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ପୋଷ୍ଟମୋଟମ ରିପୋର୍ଟ ଆସିବା ପରେ ଏବଂ ଅନ୍ୟ ଦିଗରୁ ପୋଲିସ ଯାଞ୍ଚ କଲେ ମୃତ ଝରଣା ର ମୃତ୍ୟୁ କୁ ନେଇ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l