OSSC ପ୍ରଶ୍ନପତ୍ର ଲିକ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ : ହାଇକୋର୍ଟ

Independence

କଟକ: OSSC ପ୍ରଶ୍ନପତ୍ର ଲିକ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏହି ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଓଡିଶା ଷ୍ଟାଫ ସିଲେକ୍ସନ କମିସନ ଦ୍ୱାରା ପରିଚାଳିତ ଜୁନିଅର ଇଂଜିନିୟର (ସିଭିଲ)ନିଯୁକ୍ତି ସ୍କାମ ସମ୍ପର୍କୀତ ମାମଲାର ଶୁଣାଣି କରି କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଆଜି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଡିଆଇଜି ପାହ୍ୟାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ତତ୍ୱାବଧାନରେ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶ୍ନପତ୍ର ସରକାରୀ ପ୍ରେସ ପରିବର୍ତ୍ତେ କୋଲକାତାର ଏକ ଘରୋଇ ପ୍ରେସରେ କାହିଁକି ଛପାଗଲା ତା ଉପରେ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପଟେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ମୁଖ୍ୟ ପରୀକ୍ଷା ଦେବାକୁ ବାରଣ କରାଯାଇଥିବା ଆବେଦନ କାରୀଙ୍କୁ ଆଜି ଆଶ୍ବସ୍ତି ମିଳିଛି ।ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀ ପ୍ରାର୍ଥୀଙ୍କୁ ପରୀକ୍ଷାରେ ସାମିଲ କରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ତେବେ ଆବେଦନକାରୀ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଲେ ମଧ୍ୟ ମୂଳ ମାମଲାର ଫଳାଫଳ ଉପରେ ସବୁ କିଛି ନିର୍ଭର କରିବ ବୋଲି ଆଜିର ଅନ୍ତରୀଣ ନିର୍ଦେଶରେ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ।

ad-week
Leave A Reply

Your email address will not be published.