ଭୁବନେଶ୍ବରରେ ଭୟଙ୍କର ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା, ଜନଜୀବନ ପୁରା ଅସ୍ତବ୍ୟସ୍ତ

add-all

ଭୁବନେଶ୍ୱର : ପ୍ରଚଣ୍ଡ ଘଡ଼ଘଡ଼ିରେ ଥରିଲା ରାଜଧାନୀ । ଭୁବନେଶ୍ବରରେ ଭୟଙ୍କର ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା । ତୁହାକୁ ତୁହା ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ମଧ୍ୟ ଲାଗି ରହିଛି । ଦୁଇ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିଥିଲା । ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇଯାଇଥିଲା।  ସେପଟେ ଆସୁଛି ଲଘୁଚାପ । ପାଞ୍ଚ ଦିନ ରାଜ୍ୟରେ ପ୍ରବଳ ବର୍ଷିବ। ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଉତ୍ତର ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ କାଲିଠୁ ପାଞ୍ଚ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ବିଜୁଳି ଘଡ଼ିଘଡ଼ି ସହ ବର୍ଷା ପାଇଁ ୨୨ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। କାଲି ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲା ଓ ୪ତାରିଖରେ ୧୮ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଦୁର୍ବଳ ମୌସୁମୀ ଯୋଗୁ ଅଗଷ୍ଟରେ ରାଜ୍ୟରେ ବର୍ଷା କମିଛି । ବଢ଼ିଛି ତାତି ଓ ଗୁଳୁଗୁଳି । ମୌସୁମୀ ଋତୁରେ ଏଯାଏ ୧୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ୧୩ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ସ୍ବାଭାବିକ ବୃଷ୍ଟିପାତ ରେକର୍ଡ ହୋଇଛି। ସମ୍ଭାବ୍ୟ ଲଘୁଚାପ ବର୍ଷା ରାଜ୍ୟରେ ନିଅଣ୍ଟିଆ ସ୍ଥିତିକୁ ସାମାନ୍ୟ ଭରଣା କରିବ ବୋଲି ଆଶା ରହିଛି। ଅଗଷ୍ଟରେ ବର୍ଷା ପରିମାଣ କମିଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମରୁଡ଼ି ଭଳି ସ୍ଥିତି ଉପୁଜିଛି। ଆଗକୁ ବର୍ଷା ନହେଲେ ମରୁଡ଼ି ହୋଇପାରେ ।

ad-week
Leave A Reply

Your email address will not be published.