ହିଞ୍ଜିଳି ସାବତ ପୋଖରୀରେ ବୁଡି ଯୁବକ ମୃତ…

add-all

ହିଞ୍ଜିଳିକାଟୁ (୨/୯): ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ହିଞ୍ଜିଳି ଗ୍ରାମ ମଠପଦର ସାହି ପଣ୍ଡା ଛକ ନିକଟରେ ସାବତ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ୨ ନମ୍ବର ଓ୍ବାର୍ଡ ମଠପଦର ସାହିର ଚିନ୍ତାମଣି ପଣ୍ଡା (୩୦) । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୧୮/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ମୃତଦେହକୁ ଜବତ କରିଛି। ରବିବାର ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଯେ, ଶନିବାର ଅପରାହ୍ନରେ ଯୁବକ ଜଣଙ୍କ ସ୍ନାନ କରିବା ପାଇଁ ଗ୍ରାମ ସାବତ ପୋଖରୀକୁ ଯାଇଥିଲେ। ସ୍ନାନ କରୁଥିବା ବେଳେ ଅସାବଧାନତା ବସତ ପୋଖରୀ ଭିତରେ ଅସାବଧାନତା ବଶତଃ ଗୋଡ ଖସି ପୋଖରୀ ପାଣିରେ ବୁଡି ଯାଇଥିଲେ। ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀ ଅଧିକାରୀ ବଗରାଇ ମୁର୍ମୁ,ଟିମ୍ ଉମେଶ ପ୍ରଧାନ,ବିଭୁ ପ୍ରସାଦ ବଡ଼ଜେନା ଓ ରଶ୍ମି ରଞ୍ଜନ ପାଲ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।

ad-week
Leave A Reply

Your email address will not be published.