ଯୁବ ବ୍ୟବସାୟୀଙ୍କ ମୃତ୍ୟୁରେ ସ୍ତବ୍ଧ ମାଲକାନଗିରି, ଗତକାଲିଠାରୁ ନିଖୋଜ ଥିଲେ ବ୍ୟବସାୟୀ ଜିତୁ ଜୈନ

add-all

ମାଲକାନଗିରି ଚିତ୍ରକୋଣ୍ଡା (୦୨।୦୯) : ଗୁରୁପ୍ରିୟା ସେତୁ ନିକଟ ନଦୀରୁ ଗତକାଲି ଠାରୁ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଜଣଙ୍କ ମାଲକାନଗିରି ର ଜିତୁ ଜୈନ ଙ୍କ ର ବୋଲି ଜଣା ପଡ଼ୁଛି। ସୂଚନା ଅନୁଯାୟୀ ମାଲକାନଗିରି ରୋଡ ଓ୍ୱେଜ କମ୍ପାନୀ ର ମାଲିକ ଜିତୁ ଗତକାଲି ରାତି ନିଜ ଘରକୁ ନଆସିବାରୁ ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ପରେ ଜିତୁ ଙ୍କ ସମ୍ପର୍କରେ କୌଣସି ଖବର ପାଇ ନଥିଲେ।ଆଜି ସକାଳେ ଜିତୁଙ୍କ ଗାଡି ଗୁରୁପ୍ରିୟା ସେତୁ ନିକଟରେ ଥିବା ଦେଖି ପରିବାର ଲୋକଙ୍କୁ ଖବର ମିଳିଥିଲା,ଖବର ପାଇ ଜିତୁଙ୍କ ପରିବାର ପହଞ୍ଚି ଗାଡ଼ିଥିବା ସ୍ଥାନରେ ଓ ଆଖ ପାଖ ଲୋକଙ୍କୁ ବୁଝିବା ସହ ପାପରମେଟଲା ଥାନାରେ ଜିତୁ ନିଖୋଜ ଥିବା ନେଇ ଏତଲା ଦେଇଥିଲେ।ଅପରାହ୍ନ ଚାରିଟା ସମୟରେ ଗୁରୁପ୍ରିୟା ନଦୀରେ ଏକ ଶବ ଭାସୁଥିବା ନେଇ କିଛି ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ ପରେ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ନଦୀରେ ଭାସୁଥିବା ଶବ ଜବତ କରିଛି। ଶବ ଟି ନିଖୋଜ ଜିତୁଙ୍କ ବୋଲି ପୋଲିସ ସନ୍ଦେହ କରୁଥିବାବେଳେ ପରିବାର ଲୋକ ଆସିବାପରେ ଜିତୁଙ୍କ କି ନୁହେଁ ସ୍ପଷ୍ଟ ହୋଇପାରିବ ।

ad-week
Leave A Reply

Your email address will not be published.