ଗୋରୁ ବୋଝେଇ ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

add-all

ଜଳେଶ୍ୱର : ଥମୁନି ବେଆଇନ ଗୋଚାଲାଣ  । ଚୋରା ଚାଲାଣ ବେଳେ ଦୁଇଟି ପିକଅପ ଭ୍ୟାନରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଜଳେଶ୍ବର କମର୍ଦ୍ଦା-ବାଲିଆପାଳ ମୁଖ୍ୟ ରାସ୍ତାର ତାରିଣୀ ଛକ ନିକଟରେ  । ଗତକାଲି ବିଳମ୍ବିତ ରାତିରେ ୩ଟି ପିକଅପ୍ ଭ୍ୟାନରେ ୯୦ରୁ ଉର୍ଦ୍ଧ୍ବ ଗୋରୁ ବୋଝେଇ ହୋଇ ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲେ। କମର୍ଦ୍ଦା – ବାଲିଆପାଳ ମୁଖ୍ଯ ରାସ୍ତାର ତାରିଣୀ ଛକ ନିକଟରେ ସ୍ଥାନୀୟ ଲୋକେ ଗାଡି ଗୁଡିକୁ ଅଟକାଇବାରୁ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହାପରେ ଗାଡ଼ି ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଲୋକମାନେ ଗୋରୁ ଗୁଡ଼ିକୁ ଗାଡ଼ିରୁ ବାହାର କରି  ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ଘଟଣାର ତଦନ୍ତ କରୁଛି। ପ୍ରତ୍ୟେକ ଦିନ ରାତିରେ ଗୋ ମାଫିଆମାନେ ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ କରି ମାଲାମାଲ ହେଉଛନ୍ତି । ତେବେ ବସ୍ତା, ସିଙ୍ଗଲା, ବାଲିଆପାଳ ଥାନା ଅଞ୍ଚଳରେ ପୋଲିସର ପାଟ୍ରୋଲିଂ ହେଉଥିବା ବେଳେ କିପରି ଗୋରୁ ଗାଡି ଆସିଲା , ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି  ।

ad-week
Leave A Reply

Your email address will not be published.