ପ୍ରିୟବ୍ରତ ମାଝୀଙ୍କୁ ବିଜେଡିର ନୂଆ ମିଡ଼ିଆ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ୱର: ଘୋଷଣା ହେଲା ବିଜେଡିର ନୂଆ ମିଡ଼ିଆ ସଂଯୋଜକଙ୍କ ନାମ। ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ନିକଟରେ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ସଂଗଠନରେ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ତେବେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରିୟବ୍ରତ ମାଝୀଙ୍କୁ ବିଜେଡି ଗଣମାଧ୍ୟମ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। କିଛିଦିନ ଧରି ଏହି ପଦ ଖାଲି ପଡ଼ିଥିଲା। ପ୍ରିୟବ୍ରତ ମାଝିଙ୍କୁ ଦଳ ନୂଆ ମିଡ଼ିଆ ସଂଯୋଜକ ଭାବେ ନିଯୁକ୍ତି ଦେଇଛି।

ଏନେଇ ସୂଚନା ଦେଇଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେପଟେ ଆସନ୍ତା ମାସର ଦ୍ୱିତୀୟ ସପ୍ତାହରେ ସରକାର ବିଧାନସଭା ଅଧିବେସନ ଡାକିବା ନେଇ ଚର୍ଚ୍ଚା ହେଉଛି। ତେଣୁ ବିଧାନସଭା ଭଙ୍ଗ କରିବାକୁ ଏହି ଅଧିବେସନ ଡକାଯାଉଥିବା ବିଜେପି ଓ କଂଗ୍ରେସ ନେତାମାନେ ଅନୁମାନ କରୁଛନ୍ତି।

ad-week
Leave A Reply

Your email address will not be published.