ଗାଜିଆବାଦରେ ଓକିଲଙ୍କୁ ନିର୍ମମ ହତ୍ୟା ଘଟଣାକୁ ଫୁଲବାଣୀ ଓକିଲ ସଂଘ ପକ୍ଷରୁ ତୀବ୍ର ନିନ୍ଦା : ଜିଲ୍ଲାପାଳଙ୍କୁ ଦାବିପତ୍ର

add-all

ଫୁଲବାଣୀ: ଫୁଲବାଣୀ ବାର ଆସୋସିଏସନ ପକ୍ଷରୁ ଉତ୍ତର ପ୍ରଦେଶର ଗାଜିଆବାଦ୍ ଠାରେ,ନିଜ କାର୍ଯ୍ୟାଳୟରେ ମଧ୍ୟାନ୍ନ ଭୋଜନ କରୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାର ତୀବ୍ର ନିନ୍ଦା କରାଯାଇଛି । ଏହାର ପ୍ରତିବାଦରେ ଫୁଲବାଣୀ ଓକିଲ ସଂଘ ପକ୍ଷରୁ ସଭାପତି ଭଗବାନ ମହାନ୍ତିଙ୍କ ନେତୃତ୍ବରେ ଏକ ଦାବିପତ୍ର କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କୁ ପ୍ରଦାନ କରାଯାଇଛି । ଲିଖିତ ସୂଚନା ଅନୁଯାୟୀ ଗାଜିଆବାଦର ଆଇନଜୀବି ମନୋଜ ଚୌଧୁରୀ(ମନୋଜ ଜାଠ୍)ତାଙ୍କର କାର୍ଯ୍ୟାଳୟ ଭିତରେ ବସି ମଧ୍ୟାନ୍ନ ଭୋଜନ କରୁଥିବା ବେଳେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରାଯିବା ଘଟଣାକୁ ଏକ ଅମାନବିୟ ହୀନ କାର୍ଯ୍ୟ ବୋଲି କୁହାଯିବା ସହିତ ଏହାର ଅପରାଧୀ ମାନଙ୍କୁ ତୁରନ୍ତ ଦଣ୍ଡ ପ୍ରଦାନ ପାଇଁ ଦାବି କରାଯାଇଛି । ଏହା ସହିତ ଦେଶରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥ‌ିବାରୁ ଦେଶରେ ଆଡଭୋକେଟ ପ୍ରୋଟେକ୍ସନ୍ ଆକ୍ଟ ଅଣାଯିବାକୁ ମଧ୍ଯ ଦାବି କରାଯାଇଛି । ଏଥି ସହିତ କୋର୍ଟ ପରିସରରେ ଓକିଲ ମାନେ କାର୍ଯ୍ୟ କରୁଥ‌ିବା ବେଳେ ସମଗ୍ର ଦେଶର ନ୍ୟାୟାଳୟ ମାନଙ୍କରେ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଆୟୋଜନ କରାଯିବାକୁ ଦାବୀ କରାଯାଇଛି । ଏହି ଅବସରେ ଫୁଲବାଣୀ ବାର ଆସୋସିଏସନର ବରିଷ୍ଠ ଆଇନଜୀବୀଙ୍କ ସମେତ ସମ୍ପାଦକ କମଳ ବେହେରା ଏବଂ ବାର ଆସୋସିଏସନ ର ସମସ୍ତ ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ ।

ad-week
Leave A Reply

Your email address will not be published.