ବାଙ୍କୀରେ ଅଭାବନୀୟ ଘଟଣା, ଅବସରପ୍ରାପ୍ତ ଯବାନଙ୍କ ମାଡ଼ରେ ମହିଳା ଥାନା ଅଧିକାରୀ ଗୁରୁତର

add-all

att

ଅବସରପ୍ରାପ୍ତ ଯବାନଙ୍କ ମାଡ଼ରେ ମହିଳା ଥାନା ଅଧିକାରୀ ଗୁରୁତର। ବାଙ୍କୀ ଥାନା ସିମିଳିପୁରରେ ଅଭାବନୀୟ ଘଟଣା। ଉନ୍ମତ୍ତ ଅବସରପ୍ରାପ୍ତ ଯବାନଙ୍କୁ ଧରିବାକୁ ଯାଇ ପୋଲିସ ହଟହଟା। ଗତଶୁକ୍ରବାର ବାଙ୍କୀ କଚେରୀ ଛକରେ ଆତଙ୍କ ସୃଷ୍ଟି କରିଥିବା ହରିରାଜପୁର ଗାଁର ସରୋଜ ଦାସ ସେଦିନ ପୋଲିସ ହାତରୁ ଖସି ଆସିଥିଲେ।

ଆଜି ସିମିଳି ପୁର ଖେଳ ପଡିଆ ରେ କିଛି ଯୁବକ ଙ୍କୁ ଧରି ଏକ ସଭା କରୁଥିବାର ଖବର ପାଇଥିଲା ପୋଲିସ। ବାଙ୍କୀ ଏସଡିପିଓ ପୋଲିସ ଟିମ ସହ ସଦଳବଳେ ସେଠାରେ ସାଧା ପୋଷାକ ରେ ପହଞ୍ଚି ଥିଲେ। ସେଠାରେ ସରୋଜ ଦାସ ବାଙ୍କୀ ଥାନା ମହିଳା ସବ ଇନ୍ସପେକ୍ଟର ମଧୁସ୍ମିତା ବେହେରା ଙ୍କୁ ଠେଲାପେଲା କରି ମାଡ ମାରିଥିଲେ।

ପୋଲିସ୍ ଟିମ କୁ ମଧ୍ୟ ମାଡ ମାରିବା କୁ ଉଦ୍ୟମ କରି ଥିଲେ। ସରୋଜଙ୍କ ସହିତ ତାଙ୍କ ସମର୍ଥକ ମାନେ ଶହ ଶହ ଲୋକ ଙ୍କ ଉପସ୍ଥିତ ରେ ପୋଲିସକୁ ଧକ୍କା ମାରି ତଡି ଦେଇଥିଲେ। ପୋଲିସ୍ ଅପଦସ୍ଥ ହୋଇ ସରୋଜ ଙ୍କୁ ଧରି ନ ପାରି ଫେରି ଆସିଛନ୍ତି। ସେପଟେ ସରୋଜ ଦାସର ମାଡ ରେ ବାଙ୍କୀ ଥାନା ମହିଳା ସବ ଇନ୍ସପେକ୍ଟର ମଧୁସ୍ମିତା ବେହେରା ଙ୍କୁ ସଙ୍କଟାପନ ଅବସ୍ଥାରେ ବାଙ୍କୀ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି।


Post Views: 8

ad-week
Leave A Reply

Your email address will not be published.