ପରକୀୟା ପ୍ରୀତି ସନ୍ଦେହରେ ସ୍ୱାମୀଙ୍କୁ ଲଣ୍ଡା କରି ରାସ୍ତାରେ ଚଲାଇଲେ ସ୍ତ୍ରୀ…

add-all

bul

ଅର୍ଦ୍ଧ ମୁଣ୍ଡନ କରି ସ୍ୱାମୀକୁ ରାସ୍ତାରେ ଚଲାଇଲେ ସ୍ତ୍ରୀ। ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କରେ ଥିବା ଜାଣି ଏପରି ପଦକ୍ଷେପ ନେଇଛନ୍ତି ଜଣେ ମହିଳା। ସମ୍ପୃକ୍ତ ମହିଳାଙ୍କ ସହ ସ୍ୱାମୀଙ୍କୁ ଗୋଟିଏ ଘରେ ଦେଖିବା ପରେ ଏପରି ଦଣ୍ଡ ଦେଇଛନ୍ତି ସ୍ତ୍ରୀ। ଏଥିସହ ତାଙ୍କ ସ୍ୱାମୀ ସମ୍ପର୍କରେ ଥିବା ମହିଳାଙ୍କୁ ମଧ୍ୟ ଅର୍ଦ୍ଧ ମୁଣ୍ଡନ କରି ରାସ୍ତାରେ ବୁଲାଇଛନ୍ତି।

ଏପରି ଏକ ଘଟଣା ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ନାଜିଆ ନାମକ ଯୁବତୀ ସ୍ଥାନୀୟ ଅଞ୍ଚଳର ହୁସେନକୁ ବିବାହ କରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ହୁସେନ ଅନ୍ୟ ଜଣେ ମହିଳା ଶବାନାଙ୍କ ସହ ଅବୈଧ ସମ୍ପର୍କ ରଖିଥିବା ସବୁବେଳେ ସନ୍ଦେହ କରୁଥିଲେ। ଶବାନା ଦୁଇ ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ହୁସେନ ତାଙ୍କ ପାଖକୁ ସବୁବେଳେ ଯା’ଆସ କରନ୍ତି। ନିକଟରେ ସେ ସ୍ୱାମୀଙ୍କୁ ପିଛା କରି ଶବାନାଙ୍କ ଘରେ ପହଞ୍ଚିଥିଲେ।

ଉଭୟଙ୍କୁ ଗୋଟିଏ ସ୍ଥାନରେ ଦେଖିବା ପରେ ବାପଘର ଲୋକଙ୍କ ସହାୟତାରେ ଅର୍ଦ୍ଧ ମୁଣ୍ଡନ କରାଇ ରାସ୍ତାରେ ଚଲାଇଛନ୍ତି। ନାଜିଆ ଏହି ସମୟର ଏକ ଭିଡିଓ ମଧ୍ୟ ଶୁଟ୍ କରି ପୋଷ୍ଟ୍ କରିଛନ୍ତି। ରାସ୍ତାରେ ବୁଲାଇ ମାଡ଼ ମାରିବା ପରେ ଉଭୟଙ୍କୁ ପୁଲିସରେ ଜିମା ଦେଇଛନ୍ତି। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ।

Post Views: 6

ad-week
Leave A Reply

Your email address will not be published.