ଆଇଓସିଏଲ ଗେଟ୍ ନିକଟରେ ବୋମା ଗୁଜବ, ସୁଟ୍‌କେସରେ ଅଛି ରେଡିଓଗ୍ରାଫି ଟେଷ୍ଟିଂ ସମାଗ୍ରୀ

add-all

suit

ପାରାଦୀପ: ଆଇଓସିଏଲ୍ ଫାଟକ ଆଗରେ ଏକ ସୁଟ୍‌କେସରେ ବୋମା ଥିବା ନେଇ ସନ୍ଦେହ। ଆଜି ସକାଳୁ ଏହି ସୁଟ୍‌କେସକୁ କେହି ଜଣେ ଥୋଇ ଚାଲିଯାଇଥିବା ବେଳେ ଏଥିରେ ବୋମା ଥିବା ଗୁଜବ ଚାରିଆଡ଼େ ଖେଳିଯାଇଛି। ସ୍ଥାନୀୟ ଅଭୟଚାନ୍ଦପୁର ପୋଲିସ ଓ ସିଆଇଏସଏଫ ଏବଂ ଡଗ୍ ସ୍କା୍ର୍ଡ ଦ୍ଵାରା ଏହି ଆଟାଚକୁ ତଦନ୍ତ କରାଯିବା ପରେ ଏଥିରେ ବୋମା ନୁହେଁ ବରଂ ରେଡିଓଗ୍ରାଫି ଟେଷ୍ଟିଂର କିଛି ସମାଗ୍ରୀ ମିଳିଥିବା କୁହାଯାଇଛି।

ସୁଟ୍‌କେସ ଆଣିଥିବା ବ୍ୟକ୍ତି ହେଲେ ଦେବବ୍ରତ ପଣ୍ଡା ଓ ତାଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ଶୁକ୍ଳେଶ୍ୱର ବୋଲି ଜଣାପଡିଛି। ସେ ଆଇଓସିଏଲ ମଧ୍ୟରେ ଥିବା ଏକ କମ୍ପାନୀରେ କାମ କରନ୍ତି। ଆଜି ଭୁଲ୍ ବସତଃ ଆଇଓସିଏଲ ଏକ ନମ୍ବର ଗେଟ୍ ପାଖରେ ସୁଟ୍‌କେସଟିକୁ ଛାଡି କମ୍ପାନୀ ଭିତରକୁ ଚାଲିଯାଇଥିଲେ। ଗେଟ୍ ବାହାରେ ଏହି ସନ୍ଦିଗ୍ଧ ସୁଟ୍‌କେସ୍ ପଡ଼ିଥିବା ଦେଖି ଲୋକେ ଆଇଓସିଏଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ଏହାପରେ କର୍ତ୍ତୃପକ୍ଷ ଅଭୟଚାନ୍ଦପୁର ଥାନା ଅଧିକାରୀଙ୍କୁ ଜଣାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଆଇଓସିଏଲର ଉଭୟ ଫାଟକକୁ ବନ୍ଦ କରାଯାଇଥିଲା। ଫଳରେ ସେଠାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଘଟଣାସ୍ଥଳରେ ଆଇଓସିଏଲର ଅଗ୍ନିଶମ ବିଭାଗ ପହଞ୍ଚି ସୁଟ୍‌କେସ ଉପରକୁ ଟାଣି ସ୍ପ୍ରେ କରିଥିଲେ। ପୋଲିସ ସୁଟ୍‌କେସ ଖୋଲି ତଦନ୍ତ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିଥିବା ଜଣାପଡିଛି।


Post Views: 8

ad-week
Leave A Reply

Your email address will not be published.