୫୦ ଲକ୍ଷ ଲାଞ୍ଚ ନେବା ଘଟଣାରେ GAILର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଗିରଫ…

add-all

gai

ସିବିଆଇ ଜାଲରେ ଗ୍ୟାସ ଆଥୋରିଟୀ ଅଫ ଇଣ୍ଡିଆ ଲିଃ(GAIL)ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ କେବି ସିଂହ। ୫୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ଘଟଣାରେ ସିବିଆଇ ଆଜି ତାଙ୍କୁ ଗିରଫ କରିଛି। କେବି ସିଂହଙ୍କ ବ୍ୟତୀତ ଆଉ ୪ ଜଣଙ୍କୁ ମଧ୍ୟ ସିବିଆଇ ବାନ୍ଧିଛି। ଏମାନଙ୍କ ମଧ୍ୟରେ ଲାଞ୍ଚ ଦେଇଥିବା ବ୍ୟକ୍ତି ମଧ୍ୟ ରହିଛନ୍ତି।

କେବି ସିଂହଙ୍କ ଘର ଉତ୍ତର ପ୍ରଦେଶର ନୋଏଡାରେ। ଆଜି ସିବିଆଇ ତାଙ୍କ ଘରେ ଦୀର୍ଘ ସମୟ ଧରି ରେଡ କରିଥିଲା। ଏହାପରେ ଶ୍ରୀ ସିଂହଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଗିରଫ କରାଯାଇଛି। ଏବେ ବି ଦିଲ୍ଲୀ, ବିଶାଖାପଟନମ ଓ ନୋଏଡାର ଆଉ କିଛି ସ୍ଥାନରେ ରେଡ ଜାରି ରହିଛି।

GAILର ଗୋଟିଏ ପ୍ରକଳ୍ପ କାମ ଦେବା ପାଇଁ କେବି ସିଂହ ନିର୍ଦ୍ଦିଷ୍ଟ ଭାବେ ୫୦ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ। ସେ ଲାଞ୍ଚ ବାବଦ ଟଙ୍କା ନେବା ବେଳେ ସିବିଆଇ ଗିରଫ କରିଛି।

GAIL ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ରହିଛି। ଭାରତ ସରକାରଙ୍କ ଏତେ ବଡ଼ କମ୍ପାନୀରେ ବରିଷ୍ଠ ଅଧିକାରୀ ଲାଞ୍ଚ ନେବା ସମସ୍ତଙ୍କୁ ଚକିତ କରିଛି।


Post Views: 11

ad-week
Leave A Reply

Your email address will not be published.