ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ ବିନ୍ଧାଣି ବହିଷ୍କୃତ

add-all

ppt

ପାରାଦୀପ: ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି ପାଇଥିବା ଅଭିଯୋଗରେ ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ କୁମାର ବିନ୍ଧାଣିଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଷ୍ଟେଟ ଲେଭେଲ ସ୍କୃଟିନି କମିଟି ନିର୍ଦ୍ଦେଶରେ ତାଙ୍କୁ ବରଖାସ୍ତ କରିଛନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ।

ବିନ୍ଧାଣି ୧୯୯୧ ମସିହାରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ବା ସହକାରୀ ଯନ୍ତ୍ରୀ (ସିଭିଲ) ଭାବରେ ପାରାଦୀପ ବନ୍ଦରରେ ନିଯୁକ୍ତି ପାଇଥିଲେ। ଚାକିରି ପାଇବା ପାଇଁ ସେ ନକଲି ଜାତିଗତ ପ୍ରମାଣପତ୍ର ବା ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ଥିବା ପଦବୀ ପାଇଁ ଫର୍ମ ଦାଖଲ କରିଥିଲେ। ପରେ ପ୍ରମୋଦ କୁମାର ବିନ୍ଧାଣି ୨୦୦୨ରେ ନିର୍ବାହୀ ଯନ୍ତ୍ରୀ ଏବଂ ୨୦୦୭ରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ। ୨୦୨୧ରେ ଅନୁସୂଚିତ ଜନଜାତି ପାଇଁ ଜାତୀୟ ଜନଜାତି କମିଶନ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ବିନ୍ଧାଣିଙ୍କ ପ୍ରମାଣପତ୍ରର ସତ୍ୟତା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସଏଲଏସସିରେ ମାମଲା ବିଚାରାଧୀନ ଥିଲା।

ବିଭିନ୍ନ ଏଜେନ୍ସି ଯଥା ମୟୂରଭଞ୍ଜ ଭିଜିଲାନ୍ସ ସେଲ୍, ଉଦଳା, ବଡସାହି, ଖୁଣ୍ଟା ପ୍ରଭୃତି ତହସିଲ, ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଭଳି ବିଭିନ୍ନ ଏଜେନ୍ସି ଦ୍ୱାରା ବିଭିନ୍ନ ସମୟରେ ତଦନ୍ତ କରାଯାଇଥିଲା। SLSC ଶେଷରେ ବିନ୍ଧାଣିଙ୍କୁ ଏହି ପଦରୁ ବରଖାସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହି ଆଦେଶକୁ ଭିତ୍ତି କରି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ଅଧୀକ୍ଷଣ ଯନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି।


Post Views: 6

ad-week
Leave A Reply

Your email address will not be published.