ରାଇଘର ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ପବିତ୍ର କୃଷ୍ଣ ଜନ୍ମ ଅଷ୍ଟମୀ ପାଳନ…


ଉମରକୋଟ : ୦୬/୦୯/୨୦୨୩ ଆଜି ପବିତ୍ର କୃଷ୍ଣ ଜନ୍ମ ଅଷ୍ଟମୀ ଭାରତ ବର୍ଷର ସବୁଆଡେ ମହାଧୁମ ଧାମରେ ପାଳିତ ହେଉ ଅଛି l ତାମଧ୍ୟରୁ ରାଇଘର କଦଭାଟା ସ୍ଥିତ ସରସ୍ବତୀ ଶିଶୁ ବିଧ୍ୟ୍ୟପୀଠରେ ମଧ୍ୟ କୁନି କୁନି ପୁଅ ଓ ଝିଅ ମାନେ କୃଷ୍ଣ ରାଧା ସାଜି ଗୀତ ନାଚରେ ମସଗୁଲ ହୋଇ ଝୁମି ଯାଇଥିଲେ l ଆଜିର ଏହି ସରସ୍ବତୀ ଶିଶୁ ମନ୍ଦିର ବିଧ୍ୟା ପୀଠରେ ରାଇଘର ବ୍ଲକର ସମିତି ସଭ୍ୟ ଗୁପ୍ତା ପ୍ରସାଦ ଝାକର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ଛାତ୍ର ଛାତ୍ରୀଙ୍କ ପିତା ମାତା ସହ ସ୍କୁଲର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମାନସିଂ ଗୌଡ଼, କନିଷ୍ଟ ଆଚାର୍ଯ୍ୟ ଶ୍ରୀ ସଦନ ବେଶ୍ରା, ଶିକ୍ଷିକା ଶ୍ରୀମତି ଚନ୍ଦନା ବିଶ୍ୱାସ, ଦ୍ରୋପଦୀ ସାନ୍ତା, ରଶ୍ମି ବାଘ, ଶୁଚିସ୍ମିତା ପ୍ରଧାନ, ସ୍ମିତା ମହାରଣା, ବିଜୟ ଲକ୍ଷ୍ମୀ ଜେନା, ଶ୍ରୀ ନରସିଂ ଗଣ୍ଡ ଓ ଶ୍ରୀମତି ସୂର୍ଯ୍ୟ ମଣି ଭଗତ ସହ ସମସ୍ତେ ପରିଚାଳନା ଦାୟିତ୍ୱରେ ଥାଇ ଏହି ପବିତ୍ର କୃଷ୍ଣ ଜନ୍ମ ଅଷ୍ଟମିଟି ଯେପରି ସୁଚାରୁ ଭାବେ ପରି ସମାପ୍ତି କରି ହେବ ତାହା ପ୍ରତି ବିଶେଷ ଧ୍ୟାନ ଦେଇ ନିଜ ନିଜର କର୍ତ୍ତବ୍ୟ ପତିପାଳନ କରି ଥିଲେ l

ad-week
Leave A Reply

Your email address will not be published.