ଅମର୍ଦ୍ଦା ଏୟାର୍ଷ୍ଟ୍ରିପ୍ରୁ ଉଡ଼ିବ ବିମାନ, ପୁନରୁଦ୍ଧାର ପାଇଁ କେନ୍ଦ୍ର ଦେଲା ୪୫ କୋଟି… ଓଡିଶା By nisarta Last updated Sep 6, 2023 120 0 ବାରିପଦା: ରାସଗୋବିନ୍ଦପୁର ବ୍ଲକ୍ ଅମର୍ଦା ଏୟାରଷ୍ଟ୍ରିପ୍ ପାଇଁ ଫିଟିଲା ବାଟ। ଏହାର ପୁନରୁଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ପ୍ରାଥମିକ ପର୍ଯ୍ୟାୟରେ ୪୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟାତିରାଦିତ୍ୟ ସିନ୍ଧିଆଙ୍କୁ ଲେଖିଥିବା ଚିଠିର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଅମର୍ଦା ଏୟାରଷ୍ଟ୍ରିପ୍କୁ ଉଡାନ ଯୋଜନାରେ ସାମିଲ କରାଯାଇଛି ଓ ପ୍ରାଥମିକ ପର୍ଯ୍ୟାୟରେ ଏହାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ୪୫ କୋଟି ଟଙ୍କା ଅନୁଦାନ ଦିଆଯାଇଥିବାର ଲେଖିଛନ୍ତି। ଏଥିସହ ପ୍ରଥମେ ଭୁବନେଶ୍ୱରରୁ ଅମର୍ଦା ଓ ଅମର୍ଦାରୁ ଭୁବନେଶ୍ୱରକୁ ବିମାନ ଚଳାଚଳ କରିବାର ଯୋଜନା ରହିଥିବା ଜଣାପଡ଼ିଛି। Post Views: 7 Post navigation 0 120 Share
ବାରିପଦା: ରାସଗୋବିନ୍ଦପୁର ବ୍ଲକ୍ ଅମର୍ଦା ଏୟାରଷ୍ଟ୍ରିପ୍ ପାଇଁ ଫିଟିଲା ବାଟ। ଏହାର ପୁନରୁଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ପ୍ରାଥମିକ ପର୍ଯ୍ୟାୟରେ ୪୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟାତିରାଦିତ୍ୟ ସିନ୍ଧିଆଙ୍କୁ ଲେଖିଥିବା ଚିଠିର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଅମର୍ଦା ଏୟାରଷ୍ଟ୍ରିପ୍କୁ ଉଡାନ ଯୋଜନାରେ ସାମିଲ କରାଯାଇଛି ଓ ପ୍ରାଥମିକ ପର୍ଯ୍ୟାୟରେ ଏହାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ୪୫ କୋଟି ଟଙ୍କା ଅନୁଦାନ ଦିଆଯାଇଥିବାର ଲେଖିଛନ୍ତି। ଏଥିସହ ପ୍ରଥମେ ଭୁବନେଶ୍ୱରରୁ ଅମର୍ଦା ଓ ଅମର୍ଦାରୁ ଭୁବନେଶ୍ୱରକୁ ବିମାନ ଚଳାଚଳ କରିବାର ଯୋଜନା ରହିଥିବା ଜଣାପଡ଼ିଛି। Post Views: 7 Post navigation