ବିଦେଶୀ ଅତିଥିଙ୍କ ପାଇଁ ସରୋଜିନୀ ନଗର ମାର୍କେଟ୍‌ରେ ମିଳିବ ୫୦% ରିହାତି…

add-all

mkt

ଦିଲ୍ଲୀରେ G20 ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଏହି ସମୟରେ ସରୋଜିନୀ ନଗର ମାର୍କେଟ୍‌ରେ ଜିନିଷ କିଣାକିଣି ଉପରେ ମିଳିବ ୫୦% ରିହାତି। ଏଠାକାର ଦୋକାନୀ କହିଛନ୍ତି ଯେ G20 ସମ୍ମିଳନୀକୁ ଆସୁଥିବା ବିଦେଶୀ ଅତିଥିମାନେ ସେମାନଙ୍କ ମାର୍କେଟ୍‌ରୁ ଜିନିଷ କିଣାକିଣି କଲେ, ୫୦% ରିହାତି ମିଳିବ। ଏହାସହ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ମାର୍କେଟ୍‌ ତରଫରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି।

ଦୋକାନୀଙ୍କ କହିବା ହେଲା, ବିଦେଶୀ ଅତିଥିମାନେ ଯେତେବେଳେ ତାଙ୍କ ଦୋକାନକୁ ଆସିବେ, ସେମାନଙ୍କୁ ଚନ୍ଦନ ଟିକା ସହ ଫୁଲମାଳା ପିନ୍ଧାଇ ଦିଆଯିବ। ଦୁଇହାତ ଯୋଡ଼ି ନମସ୍କାର କରି ଦୋକାନୀମାନେ ସେମାନଙ୍କୁ ସ୍ୱାଗତ କରିବେ। ମାର୍କେଟ୍‌ର ଲୋକମାନେ ବହୁତ ପାରମ୍ପରିକ ଉପାୟରେ ବିଦେଶୀ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି।

ସରୋଜିନୀ ନଗର ମାର୍କେଟ୍‌ରେ ଯେତେ ବି ହୋର୍ଡିଂ ପୋଷ୍ଟର ଲଗାଯାଉଛି, ସେ ସବୁକୁ ଦୋକାନୀମାନେ ନିଜେ ସକାଳ ୭ଟାରେ ଆସି ଲଗାଉଛନ୍ତି। ମାର୍କେଟ୍‌ର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ସେମାନେ ଏଲ୍‌ଜି ଓ ଏନ୍‌ଡିଏମ୍‌ସିଙ୍କୁ ପତ୍ର ଲେଖି ଏଠାରେ ସମସ୍ତ ଦେଶର ପତାକା ଲଗାଇବାକୁ ଅନୁରୋଧ କରିଛନ୍ତି। ସେହିପରି ମାର୍କେଟ୍‌ରେ ଥିବା ଫାଉଣ୍ଟେନ୍‌କୁ ମଧ୍ୟ ରଙ୍ଗୀନ ଆଲୋକରେ ସଜାଇବାକୁ କହିଛନ୍ତି।

ଦୋକାନୀଙ୍କ କହିବା ହେଲା, ଯଦି ଏନ୍‌ଡିଏମ୍‌ସି ଏହି କାମ କରିପାରିବ ନାହିଁ, ତା’ ହେଲେ ସେମାନଙ୍କୁ ଅନୁମତି ମିଳୁ। ମାର୍କେଟ୍‌ର ଲୋକମାନେ ନିଜ ଖର୍ଚ୍ଚରେ ସମସ୍ତ ସୌନ୍ଦର୍ଯ୍ୟକରଣର ଦାୟିତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି। କହି ରଖୁଛୁ, ଭାରତର ଅଧ୍ୟକ୍ଷତାରେ ଆସନ୍ତା ୯ ଓ ୧୦ ତାରିଖରେ ଜି-୨୦ ସମ୍ମିଳନୀ ଆୟୋଜନ ହେବ। ଏହି ସମ୍ମିଳନୀ ଦୁଇ ଦିନ ଧରି ଚାଲିବ। ୧୯ଟି ଦେଶରୁ ନେତାମାନେ ଏଠାକୁ ଆସିବେ। ଏଥିପାଇଁ ସମଗ୍ର ଦିଲ୍ଲୀରେ ସୁରକ୍ଷା ବୃଦ୍ଧି କରାଯାଇଛି।


Post Views: 9

ad-week
Leave A Reply

Your email address will not be published.