
ସୋର: ଅଧା ରହିଲା ଜଗା ଦର୍ଶନ । ଏକ ପରିବାର ଜଗା ଦର୍ଶନ ଲାଗି ପୁରୀ ବାହାରିଥିଲେ । ହେଲେ କ୍ଷଣକ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା । ଦୁଃଖର କଳାବାଦଲ ଯେପରି ତାଙ୍କ ପରିବାର ଉପରକୁ ଘୋଟି ଆସିଥିଲା । ଅଧାବାଟରେ କାରଟି ପୋଲ ତଳକୁ ଖସି ପଡିଥିଲା । ଫଳରେ ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଏମିତି କିଛି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ।