
ଭୁବନେଶ୍ୱର: ଆଜି ବି ପ୍ରବଳ ବର୍ଷିବ। ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ। ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଦୁର୍ବଳ ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ କ୍ଷେତ୍ର ବାୟୁମଣ୍ଡଳରେ ୭.୬ କିମି ଯାଏ ବ୍ୟାପିଛି। ପାଣିପାଗର ନିୟାମକ ଓ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆଗାମୀ ୨ଦିନ ରାଜ୍ୟରେ ବର୍ଷା ଜାରି ରହିବ।