ଆଜି ବି ପ୍ରବଳ ବର୍ଷିବ, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ…

add-all

ଭୁବନେଶ୍ୱର: ଆଜି ବି ପ୍ରବଳ ବର୍ଷିବ। ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ। ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଦୁର୍ବଳ ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ କ୍ଷେତ୍ର ବାୟୁମଣ୍ଡଳରେ ୭.୬ କିମି ଯାଏ ବ୍ୟାପିଛି। ପାଣିପାଗର ନିୟାମକ ଓ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆଗାମୀ ୨ଦିନ ରାଜ୍ୟରେ ବର୍ଷା ଜାରି ରହିବ।

୯ତାରିଖରୁ କମିବ ବର୍ଷାର ପରିମାଣ। ତେବେ ଆସନ୍ତା ସପ୍ତାହରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବଢିବ ବର୍ଷାର ପରିମାଣ। ସେପଟେ ଚଳିତ ମୌସୁମୀ ଋତୁରେ ଏଯାଏ ରାଜ୍ୟରେ ୮୪୯. ୫ ମିମି ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ବୃଷ୍ଟିପାତ ୯୭୩.୯ ମିମି ବର୍ଷା ତୁଳନାରେ ଏହା ୧୩ ପ୍ରତିଶତ କମ୍ । ୧୧ ଜିଲ୍ଲାରେ ନିଅଣ୍ଟିଆ ଓ ୧୯ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।

ad-week
Leave A Reply

Your email address will not be published.