ବେନାମୀ ଚିଠା ଲେଖି କମିସନରେଟ ପୋଲିସ ର ସିପାହୀ ସସ୍ପେଣ୍ଡ…

add-all


ଭୁବନେଶ୍ୱର : ଏସ୍ ଏସ ବଟାଲିଅନ , କମିସନରେଟ ପୋଲିସ ଭୁବନେଶ୍ୱର ର ସିପାହୀ ନମ୍ୱର 187 ଶ୍ରୀ ଦୀପକ କୁମାର ମହାରଣା ଉଚ୍ଚ ପାହ୍ୟାର ଅଫିସରଙ୍କ ନାମରେ ଅନେକ ଦିନ ହେଲା ବେନାମୀ ପିଟିସନ ଲେଖି ଆସୁଥିଲେ। ଗତ ଅଗଷ୍ଟ ମାସରେ ଆଦିଶିନାଲ ଡିସିପି (ସିକୁରିଟି ) ଲୋକସେବା ଭବନ ର ଶ୍ରୀ ସୁଜିତ୍ ଦଳାଇ ଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅଫିସକୁ ପୋଷ୍ଟ ହୋଇଥିବା ବେନାମୀ ଚିଠି , ଅଜଣl ନମ୍ୱର୍ ରୁ କଲ୍ କରି ଟଙ୍କା ମାଗିବା ଓ ସୋସିଆଲ ମିଡିଆ ରେ ପୋଷ୍ଟ କରିବା ର ତଦନ୍ତ ପାଇଁ ଶ୍ରୀ ଦଳାଇ ପୁଲିସ କମିଶନରଙ୍କୁ ଚିଠି କରିଥିଲେ । ଏହାର ତଦନ୍ତ କରିବା ପାଇ ପୁଲିସ କମିଶନର ଡିସିପି(ହେଡକ୍ୱାଟର୍ସ) ଙ୍କୁ ଦାୟିତ୍ଵ ଦେଇଥିଲେ। ଡିସିପି(ହେଡକ୍ୱାଟର୍ସ) ଉପଯୁକ୍ତ ତଦନ୍ତ କରି ଜାଣିବାକୁ ପାଇଲେ ଯେ ଏଥିରେ ଏସ୍ ଏସ ବଟାଲିଅନ ର ସିପାହୀ/ 187 ଶ୍ରୀ ଦୀପକ କୁମାର ମହାରଣା ସଂଶ୍ଲିଷ୍ଟ ଅଛନ୍ତି। ଉପଯୁକ୍ତ ପ୍ରମାଣ ପାଇବା ପରେ ପୁଲିସ କମିଶନର ସିପାହୀ 187 ଶ୍ରୀ ଦୀପକ କୁମାର ମହାରଣା ଙ୍କୁ ସସ୍ପେଣ୍ଡ କରିଛନ୍ତି। ଏହି କାର୍ଯ୍ୟରେ ଅନ୍ୟ କେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ଏହାର ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ଆସିଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ।

ad-week
Leave A Reply

Your email address will not be published.