
ଫୁଲବାଣୀ : ଅଗଷ୍ଟ ୩୧ତାରିଖରେ କନ୍ଧମାଳ ଜିଲ୍ଲାର ଚାଇଲ୍ଡ ଲାଇନ ବନ୍ଦ ହୋଇଯାଇଥିବାରୁ କାର୍ଯ୍ୟରତ କର୍ମଚାରୀ ମାନଙ୍କ ପକ୍ଷରୁ ବନାନୀ କଳାସଙ୍ଗମ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।କନ୍ଧମାଳ ଚାଇଲ୍ଡ ଲାଇନ ବିପଦରେ ପଡିଥିବା ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରି ସୁରକ୍ଷା ଯୋଗାଇ ଦେଇ ଥାଇଥାନ କରାଉଥିଲେ। ୧୦୯୮ ଟୋଲଫ୍ରି ନମ୍ବର ମାଧ୍ୟମରେ ଚାଇଲ୍ଡ ଲାଇନ ତ୍ୱରିତ ସେବା ଯୋଗାଇ ଦେଶରେ ସୁନାମ ଅର୍ଜନ କରିଥବାରୁ କେନ୍ଦ୍ର ସରକାର ଏହାକୁ ମିଶନ ବାତ୍ସଲ୍ୟରେ ଜରୁରୀ କାଳୀନ ଫୋନ ନମ୍ବର ୧୧୨ ରେ ମିଶାଇ ଦେଇଛନ୍ତି।ଦେଶରେ ଚାଇଲଡ ଲାଇନ ୨୩ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବେଳେ କନ୍ଧମାଳରେ ଗତ ୧୨ବର୍ଷ ଧରି କାର୍ଯ୍ୟ କରିଆସୁଛି। ବର୍ତ୍ତମାନର ମିଶନ ବାତ୍ସଲ୍ୟ ନୂଆ ଯୋଜନାରେ ଅଭିଞତା ଥିବା ପୁରୁଣା କର୍ମଚାରୀଙ୍କୁ ଅଗ୍ରାଧିକାର ଦେଇ ନିଯୁକ୍ତି ଦେବାକୁ ସରକାରଙ୍କ ଠାରେ ପ୍ରେସମିଟରେ ଦାବୀ କରାଯାଇଛି।ଚାଇଲଡ ଲାଇନ ବନ୍ଦ ହେବା ଫଳରେ ବହୁତ କମ ପାରିଶ୍ରମିକରେ ଏଥିରେ କାର୍ଯ୍ୟରତ ୮ଜଣ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଇଛି।ସେମାନଙ୍କ ଚାକିରୀ କରିବା ବୟସ ଇତି ମଧ୍ୟରେ ଅତିକ୍ରାନ୍ତ ହୋଇଯାଇଛି।ସେମାନଙ୍କ ତ୍ୟାଗ ପୁତ ଅକ୍ଳାନ୍ତ ପରିଶ୍ରମ ଫଳରେ ଚାଇଲଡ ଲାଇନ ଦେଶରେ ସଫଳତା ପାଇ ସୁନାମ ଅର୍ଜନ କରିପାରିଛି।ତେଣୁ ଚାଇଲଡ ଲାଇନର କର୍ତ୍ତବ୍ୟନିଷ୍ଠ ଅଭିଜ୍ଞ କର୍ମଚାରୀମାନଙ୍କୁ ନୂତନ ଯୋଜନା ମିଶନ ବାତ୍ସଲ୍ୟ ରେ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ବ୍ୟବସ୍ଥାକରିବାକୁ ଦାବୀ କରାଯାଇଛି।ଅଗଷ୍ଟ ୩୧ତାରିଖରୁ ଚାଇଲଡ ଲାଇନ ଟୋଲଫ୍ରି ନମ୍ବର ୧୦୯୮କଙ ସରକାର ବନ୍ଦ କରିଦେଇ ଥିବାରୁ ନିର୍ଯ୍ୟାତିତ ଶିଶୁଙ୍କ ସୁରକ୍ଷା ପାଇଁ କୌଣସି ସୁବିଧା କରାଯାଇନାହିଁ।ଚାଇଲଡ ଲାଇନ କର୍ମଚାରୀ ମାନେ ଅତି ସ୍ୱଳ୍ପ ବେତନରେ କାମ କରୁଥିବା ଵେଳେ ମିଶନ ବାତ୍ସଲ୍ୟରେ ଅଧିକ ଦରମା ମିଳିବା ବେଳେ ସେମାନଙ୍କୁ ନିଯୁକ୍ତି ଦେଇ କାର୍ଯ୍ୟ କଲେ ମିଶନ ବାତ୍ସଲ୍ୟ ସଫଳତା ପାଇପାରିବ ଓ ନିର୍ଯ୍ୟାତନା ର ଶୀକାର ହେଉଥିବା ଶିଶୁ ତ୍ୱରିତ ଉପକୃତ ହୋଇ ପାରିବେ।ଜରୁରୀ କାଳୀନ ଟୋଲ ଫ୍ରିନମ୍ବର ୧୧୨କୁ ସବୁଆଡୁ ଫୋନ ଆସୁ ଥିବାରୁ ଶିଶୁ ନିର୍ଯ୍ୟାତନା ପାଇଁ ତ୍ୱରିତ ଯୋଗା ଯୋଗ ସମ୍ଭବ ହେବ ନାହିଁ।ଏହି ସାମ୍ବାଦିକ ସମ୍ମିଳନୀରେ ଟିମ ଲିଡର ଶିବ ଶଙ୍କର ବେହେରା,ପ୍ରଭାସ ନାୟକ, ସୁପ୍ରଭା ନାୟକ,ରାଜଲକ୍ଷ୍ମୀ ମହାଖୁଡ,ସସ୍ମିତା କରଣ, ସୌମ୍ୟ ମିଶ୍ର,ଚନ୍ଦନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ବାର ବର୍ଷର ନିଷ୍ଠାପର ସେବାର ପ୍ରତିଦାନ ସ୍ୱରୂପ ନୂଆ ପ୍ରକଳ୍ପରେ ଜିଲ୍ଲାରେ ନିଯୁକ୍ତି ଦେବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି।