
ମାଲକାନଗିରି (୦୮.୦୯) : ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସଦଭାବନା ଗୃହଠାରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ମାଲକାନଗିରି ଜିଲ୍ଲା ବିପର୍ଯ୍ୟୟ କର୍ତ୍ତୁପକ୍ଷ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଓ ଓସଡମା ଭୁବନେଶ୍ବର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଏକ ଦିବସୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀଯୁକ୍ତ ବେଦବର ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉପସ୍ଥାପନ କରିଥିଲେ ଓ ବିଦ୍ୟାଳୟ ସୁରକ୍ଷା ବିଷୟରେ ପ୍ରଶିକ୍ଷାର୍ଥୀଙ୍କୁ ଅବଲୋକନ କରାଇଥିଲେ। ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷକ ମାନେ କିପରି ବିଦ୍ୟାଳୟ ସୁରକ୍ଷା ଉପରେ ଛାତ୍ରମାନେ କେମିତି ଯତ୍ନବାନ ହୋଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମାନସ କୁମାର ଜେନା ସମସ୍ତ ମଣ୍ଡଳସ୍ତରୀୟ ଶିକ୍ଷା ଅଧିକାରୀ, ଅତିରିକ୍ତ ମଣ୍ଡଳସ୍ତରୀୟ ଶିକ୍ଷା ଅଧିକାରୀ ଓ ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ସ୍ତରରେ କେମିତି ସୁରକ୍ଷାବ୍ୟବସ୍ତା ଓ ସୁରକ୍ଷିତ ପରିବେଶ କରାଯାଇ ପାରିବ ସୂଚିତ କରାଇଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣ୍ଡେ ବିଦ୍ୟାଳୟର ବିପତ୍ତି ଓ ଏହାର ପ୍ରଶମନ କରିବା ପାଇଁ ପଦକ୍ଷପ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏଥିରେ ବିପର୍ଯ୍ୟୟ ପ୍ରଶମନ ପରାମର୍ଶଦାତ୍ତା ଶ୍ରୀ ଅଜୟ କୁମାର ମହାନ୍ତି ଯୋଗଦାନ କରିଥିଲେ। ବିଦ୍ୟାଳୟରେ ପ୍ରକୃତିକ ଓ ମନୁଷ୍ୟକୃତ ବିପତ୍ତି ଓ ତାହାର ପ୍ରଶମନ ବ୍ୟବସ୍ଥା କିପରି କରାଯାଇପାରିବ ସେବିଷୟରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ବିଦ୍ୟାଳୟ ଗୁଡିକରେ ସାମୁହିକ ସୁରକ୍ଷା ତଥା ମାନସିକ, ଶାରୀରିକ ମୂଲ୍ୟବୋଧତା, ସାମାଜିକ ସୁରକ୍ଷା ଏବଂ ପ୍ରକୃତିକ ବିପର୍ଯ୍ୟୟ ପାଇଁ ପ୍ରାକ ପ୍ରସ୍ତୁତି ଓ ସମ୍ହାବ୍ୟ ପ୍ରକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ପ୍ରଶିକ୍ଷାର୍ଥୀଙ୍କୁ ସୁଚିତା କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ର ମନୋନୀତ ୫ଟି ବିଦ୍ୟାଳୟ( ୧। ସରକାରୀ ଉଚ୍ଚ ବିଦ୍ୟାଳୟ, ମାଲକାନଗିରି ସଦରମହକୁମା, ୨। ଓଡିଶା ଆଦର୍ଶ ବିଦ୍ୟାଳୟ, କଙ୍ଗୁରୁକୁଣ୍ଡା, ୩। ମାଲକାନଗିରି ଉନ୍ନିତ୍ତ ଗ୍ରାମୀଣ ମାଧ୍ଯମିକ ଶିକ୍ଷା ବିଦ୍ୟାଳୟ ,୪। ଅଣ୍ଡରାହଲ ଉନ୍ନିତ୍ତ ଗ୍ରାମୀଣ ଉଚ୍ଚ ବିଦ୍ୟାଳୟ, ୫। ଶତିଗୁଡା ଉଚ୍ଚ ବାଳିକା ବିଦ୍ୟାଳୟ) ରେ ବିଦ୍ୟାଳୟ ସୁରକ୍ଷାପାଇଁ ବିଭିନ୍ନ ପଦକ୍ଷପ ଓ ତାହାକୁ ନିର୍ବାହ କରିବାପାଇଁ ନିର୍ଦ୍ଧାରିତ ସମୟସୀମା ବିଷୟରେ ଆଲୋଚନା କରଯାଇଥିଲା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ମଣ୍ଡଳସ୍ତରୀୟ ଶିକ୍ଷା ଅଧିକାରୀ, ଅତିରିକ୍ତ ମଣ୍ଡଳସ୍ତରୀୟ ଶିକ୍ଷା ଅଧିକାରୀ ଓ ମନୋନୀତ ୫ ବିଦ୍ୟାଳୟର ଶିକ୍ଷକଙ୍କ ସହିତ ଜିଲ୍ଲା ଅଗ୍ନିନିର୍ବାପକ ଅଧିକାରୀ, ମୋଟର ଯାନ ତଦାରଖ ଅଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ଅଧିକାରୀ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟ ଅଧିକାରୀ ଯୋଗ ଦେଇଥିଲେ।