ମୋ ସ୍କୁଲ, ମୋ କଲେଜ ଅଭିଯାନର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ମୋ ସ୍କୁଲ ମୋ କଲେଜ ଆନୁକୂଲ୍ୟରେ ବୃକ୍ଷ ରୋପଣ ଓ ପଦଯାତ୍ରା କରି ଜନସଚେତନତା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, ଟିକାବାଲି ବନାଞ୍ଚଳ ଅଧିକାରୀ ବିନ୍ଦୁ ପ୍ରସାଦ ପ୍ରଧାନ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ, ସହ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରଦୀପ୍ତ ନାୟକ, ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଡ଼. ନଳିନୀ କୁମାର ପାଣିଗ୍ରାହୀ ଯୋଗଦେଇ ବୃକ୍ଷ ବଞ୍ଚିଲେ ସୃଷ୍ଟି ବଂଚିବ ବୋଲି ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ନରେନ୍ଦ୍ର ଦିଗାଲ, ବିରୁପାକ୍ଷ ତ୍ରିପାଠୀ, ସନ୍ତୋଷ ରଥ, ରତନ ଦିଗାଲ, ସୂରଜ ଶାସମଲ, ଜ୍ଞାନରଞ୍ଜନ ଭୋଇ,ସୁଶାନ୍ତ ଭୋଳ ଅଧ୍ୟାପିକା ଚମ୍ପା ସୋରେନ ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.