ଗଞ୍ଜାମ ଜିଲ୍ଲା ଲାଇଟ୍ ସାଉଣ୍ଡ ଏଣ୍ଡ ଡିଜେ ମାଲିକ ସଂଘର ବାର୍ଷିକ ସମ୍ମିଳନୀ

add-all

ଛତ୍ରପୁର : ଛତ୍ରପୁର ସ୍ଥିତ ଉଜ୍ଜଳେଶ୍ୱରୀ ମନ୍ଦିର ପରିସର ରେ ଗଂଜାମ ଜିଲ୍ଲା ଲାଇଟ୍ ସାଉଣ୍ଡ ଓ ଡିଜେ ମାଲିକ ସଂଘର ଏକ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ରଘୁନାଥ ପୁର , ଗୋଳାବନ୍ଧ ଓ ଛତ୍ରପୁର ଶାଖାର ଲାଇଟ୍ ଏଣ୍ଡ ସାଉଣ୍ଡ ଓ ଡିଜେ ମାଲିକ ମାନେ ଉପସ୍ଥିତ ରହି ସେମାନଙ୍କ ସମସ୍ୟା ସମ୍ପର୍କରେ କହିଥିଲେ । ମୁଖ୍ୟତଃ ଶବ୍ଦ ପ୍ରଦୂଷଣ କୁ ରୋକିବା ଦିଗରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହା ସହ ବିଭିନ୍ନ ସମୟରେ ଲାଇଟ୍ ସାଉଣ୍ଡ ମାଲିକ ମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ସମସ୍ତେ ଏକତ୍ର ହୋଇ କାର୍ଯ୍ୟ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ଏଥିରେ ଛତ୍ରପୁର ଶାଖା ସଭାପତି ଆର୍,କାନକା ରାଓ , ଉପ ସଭାପତି ପବିତ୍ର ରାଉଳ,ସମ୍ପାଦକ ସନ୍ତୋଷ ରେଡ୍ଡୀ, କୋଷାଧ୍ୟକ୍ଷ ଅଶୋକ କୁମାର ବେହେରା,ଜୋନ ସଭାପତି କୃଷ୍ଣ ରଥ ,ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ତଥା ଜୋନ ସମ୍ପାଦକ ହାଡୁ ବନ୍ଧୁ ସେଠି,ଜଗନ୍ନାଥ ପୁର ଶାଖା ସଭାପତି ପି.ରାମୁ ,ରଘୁନାଥ ପୁର ଶାଖା ସମ୍ପାଦକ ଗୋପାଳ କୃଷ୍ଣ ଶତପଥୀ,ଗୋଳବନ୍ଦ୍ ଶାଖା ସଭାପତି ବି ବର୍ମା ବାବୁ, କୋଷାଧ୍ୟକ୍ଷ ପି ଭାସ୍କର ରାଓ ଙ୍କ ବହୁ ମାଲିକ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.