‘ଉଦ୍ୟୋଗରେ ମହିଳାଙ୍କ ନିଷ୍ପତ୍ତି ନେବା ଭୂମିକା’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

add-all

ଭୁବନେଶ୍ବର: ଉଦ୍ୟୋଗ ଜଗତରେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହାସଲ ପାଇଁ ଯୋଜନା ପ୍ରସ୍ତୁତ ହୋଇଥାଏ। ଏହି ଯୋଜନାର ସଫଳ ରୂପାୟନ ହିଁ ଉଦ୍ୟୋଗ ଜଗତକୁ ସଫଳତା ଆଣିଦିଏ। ଉଦ୍ୟୋଗରେ ସୁକ୍ଷ୍ମ ବ୍ୟବସାୟ ଉପରେ ଗୁରୁତ୍ବ ଦିଆଯାଉଥିବାରୁ ଦକ୍ଷ ଓ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ଗୁରୁତ୍ବ ଦିଆଯାଇଥାଏ। ଉଦ୍ୟୋଗ କ୍ଷେତ୍ରରେ ନେତୃତ୍ବ ନେବାରେ ଦକ୍ଷତା ହାସଲ କରି ନିଜର ପ୍ରତିଭା ପ୍ରଦର୍ଶନ ସହ ଅନେକ ମହିଳା ସଫଳତା ସାଉଁଟିଛନ୍ତି। ମହିଳାମାନଙ୍କ ସିଦ୍ଧାନ୍ତ ନେବାର କ୍ଷମତା ରହିଛି ଓ ଲିଙ୍ଗଗତ ସମାନତା ମଧ୍ୟରେ ବି ସେମାନେ ଦୃଢ଼ ନିଷ୍ପତ୍ତି ନେଇପାରିବେ, ଯାହା ଉଦ୍ୟୋଗ କ୍ଷେତ୍ରକୁ ସଫଳତା ଆଣିଦେବା କ୍ଷେତ୍ରରେ ସହାୟକ ହୋଇଥାଏ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟର ମହିଳା ଅଧ୍ୟୟନ କେନ୍ଦ୍ର, ଭାରତୀୟ ସ୍ତ୍ରୀ ଶକ୍ତି ଏବଂ ଜାତୀୟ ମହିଳା ଆୟୋଗର ମିଳିତ ସହଯୋଗରେ ବାଣୀବିହାର ଏମକେସିଜି ଅଡିଟୋରିୟମରେ ‘ଉଦ୍ୟୋଗରେ ମହିଳାଙ୍କ ନିଷ୍ପତ୍ତି ନେବା ଭୂମିକା’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ନିଷ୍ପତ୍ତି ନେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ। ପ୍ରତିଭା, ଦକ୍ଷତା, କ୍ଷମତା ଓ କାର୍ଯ୍ୟ କରିବା ଶୈଳୀ ଆଦିରେ ମହିଳାମାନେ ନିଜର ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥାନ୍ତି। ଫଳରେ ତାହା ଉଦ୍ୟୋଗର ବିକାଶ ଦିଗରେ ସହାୟକ ହୋଇଥାଏ। ତେବେ ପରିବାର ହେଉ କିମ୍ବା କାର୍ଯ୍ୟକ୍ଷେତ୍ର ଅଥବା ଉଦ୍ୟୋଗ ସବୁଥିରେ ମହିଳାମାନେ ନେଇଥିବା ନିଷ୍ପତ୍ତିଗୁଡ଼ିକର ସ୍ବତନ୍ତ୍ରତା ରହିଛି। ଲିଙ୍ଗଗତ ସମାନତା ଅନୁଯାୟୀ ମହିଳାଙ୍କୁ ଉଦ୍ୟୋଗରେ ନିଷ୍ପତ୍ତି ‌‌ନେବାରେ କ୍ଷମତା ଦେବାରେ କୌଣସି ଅସୁବିଧା ନାହିଁ। ଲିଙ୍ଗ ଦ୍ୱାରା ନିଷ୍ପତ୍ତି ନିର୍ଣ୍ଣୟ କରାଯିବା ଉଚିତ୍ ନୁହେଁ; ସମାଜରେ ଲିଙ୍ଗଗତ ସମାନତା ଏକ ସଂକଳ୍ପ ଭାବିବା ଉଚିତ। ତେବେ ମହିଳାଙ୍କ ଅଧ୍ୟୟନ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ଦରକାର ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କରିଥିଲେ।

କାର୍ଯ୍ୟକ୍ରମରେ ଭାରତୀୟ ସ୍ତ୍ରୀ ଶକ୍ତିର ଉପାଧ୍ୟକ୍ଷ ନୟନା ସହସ୍ରବୁଦ୍ଧେ, କ୍ଷୁଦ୍ର, ଲକ୍ଷୁ ଓ ମଧ୍ୟମ ଉଦ୍ୟେମ ଉପ ନିର୍ଦେଶକ ନୀତିଶା ମାନ ଉଦ୍ୟୋ କ୍ଷେତ୍ରରେ ମହିଳାଙ୍କ ଭୂମିକା ଓ ସେମାନେ ନେଉଥିବା ନିଷ୍ପତ୍ତି କିଭଳି ପ୍ରଭାବଶାଳୀ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ଚୌଧୁରୀ, ବବି ପଟ୍ଟନାୟକ, , ପ୍ରଫେସର ପ୍ରଫୁଲ୍ଲ ଧଳ,ପଦ୍ମାଳୟା ମନ୍ଧାତା, ପ୍ରଫେସର ବିନୟ ଭୂଷଣ ଜେନା, ଶ୍ରଦ୍ଧା ପାଢ଼ୀ, ନମ୍ରତା ଶର୍ମା ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ad-week
Leave A Reply

Your email address will not be published.