ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଜି-20 ଦେଶର ରାଷ୍ଟ୍ରମୁଖ୍ୟ…

add-all

bapu

ଜି-20 ଶିଖର ସମ୍ମିଳନୀରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି। ଆଜି ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ରାଜଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଜି-20 ଦେଶର ରାଷ୍ଟ୍ରମୁଖ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସକାଳେ ବାପୁଙ୍କ ସମାଧି ପୀଠରେ ପହଞ୍ଚି ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ସ୍ୱାଗତ କରିଥିଲେ। ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ଖଦିରେ ପ୍ରସ୍ତୁତ ଉପଢୌକନ ଦେଇ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ। ଖଦି ଥିଲା ବାପୁଙ୍କର ପରିଚୟ। କାରଣ ସେ କାଟି ଖାଅ, କୁଟି ପିନ୍ଧିବାର ଆହ୍ୱାନ ଦେଇଥିଲେ। ଏହାପରେ ବିଭିନ୍ନ ରାଷ୍ଟ୍ରମୁଖ୍ୟ ନିରବ ପ୍ରାର୍ଥନା କରି ବାପୁଙ୍କୁ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ସମୟରେ ବାପୁଙ୍କ ଭକ୍ତି ଗୀତ ପରିବେଷଣ ହୋଇଥିଲା।

ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱନେତାଙ୍କୁ ସାବରମତି ଆଶ୍ରମ ବାବଦରେ ସବିଶେଷ ବୁଝାଇଛନ୍ତି।  ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଉପସ୍ଥିତ ଥିଲେ।


Post Views: 8

ad-week
Leave A Reply

Your email address will not be published.