
ସୂଚନା ଅନୁସାରେ ମାଷ୍ଟର୍ପଡ଼ା ନିବାସୀ ଅର୍ଜୁନ ସାହୁଙ୍କ ଗତ ୬ ତାରିଖ ଦିନ ରୋଗଗ୍ରସ୍ତ ଅବସ୍ଥାରେ ଦେହାନ୍ତ ହୋଇଥିଲା। ପୁରା ପରିବାର ଭାଙ୍ଗି ପଡ଼ିଥିଲେ ଓ ମାନସିକ ଚାପଗ୍ରସ୍ତ ହୋଇ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ତ୍ରୀ କୁମୋଦିନି ସାହୁ, ପୁଅ ବଂଶୀଧର ସାହୁ ଓ ଝିଅ ସୁବର୍ଣ୍ଣ ମହାଜନ ଆଜି ଦିନ ୧୧ଟାରେ ଘର କବାଟ ବନ୍ଦ କରି କୀଟନାଶକ ପିଇ ଘରେ ଶୋଇପଡ଼ିଥିଲେ। କୌଣସି ସୂତ୍ରରୁ ପଡ଼ୋଶୀମାନେ ଖବର୍ ପାଇ ଏନେଇ ପୁଲିସକୁ ଖବର୍ ଦେଇଥିଲେ। ପୁଲିସ ଉକ୍ତ ଘରକୁ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ପରେ ଅଧିକ ଚିକିତ୍ସା ପାଇଁ ବୁର୍ଲା ନିଆଯାଉଥିଲା। ବାଟରେ ଭଉଣୀଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭାଇ ଆଖି ବୁଜିଥିଲେ। ମା’ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ୫ ଦିନ ମଧ୍ୟରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ନେଇ ସଂପର୍କୀ, ବନ୍ଧୁବାନ୍ଧବ ଓ ମାଷ୍ଟରପଡ଼ାବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି।