ବେଲ୍ଟ ଓ ରୋଡ ପ୍ରକଳ୍ପରୁ ଓହରିବା ମୁଡ୍‌ରେ ଇଟାଲୀ, ଜି-୨୦ରେ ଚାଇନାକୁ ଜଣାଇଲା…

add-all

ita

ଚାଇନା ଦ୍ୱାରା ଚାଲିଥିବା ବେଲ୍ଟ ଓ ରୋଡ୍‌ ପ୍ରକଳ୍ପରୁ ଓହରି ଯିବା ଯୋଜନାରେ ଇଟାଲୀ। ଭାରତରେ ଅନୁଷ୍ଠିତ ହୋଇଥିବା ଜି-୨୦ ବୈଠକ ବେଳେ ଏକଥା ଚାଇନାର ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କୁ ପରୋକ୍ଷରେ ଜଣାଇ ଦେଇଛନ୍ତି ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି।

ଚାଇନାର ବେଲ୍ଟ ଓ ରୋଡ୍‌ ପ୍ରକଳ୍ପରେ ନିବେଶ କରିବା ପାଇଁ ଇଟାଲୀ ଚୁକ୍ତି କରିଥିଲା। କିନ୍ତୁ ଏପରି ଚୁକ୍ତି ପରେ ଆମେରିକା ସହ ଇଟାଲୀର ସମ୍ପର୍କରେ ଭଟ୍ଟା ସୃଷ୍ଟି ହୋଇଛି। ସମ୍ଭବତଃ ଏହି କାରଣ ପାଇଁ ଇଟାଲୀ ପ୍ରକଳ୍ପରୁ ଓହରି ଯିବାକୁ ଚାହୁଁଥିବା କୁହାଯାଉଛି।

ଶନିବାର ଜି-୨୦ ବୈଠକ ଅବସରରେ ମେଲୋନି ଚାଇନାର ଲି’ଙ୍କୁ କହିଛନ୍ତି ଯେ ଚାଇନିଜ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବହୁପ୍ରତିକ୍ଷିତ ବେଲ୍ଟ ଆଣ୍ଡ ରୋଡ୍‌ ପ୍ରକଳ୍ପରୁ ଇଟାଲୀ ଓହରି ଯିବାକୁ ଯୋଜନା କରିଛି। ଇଟାଲୀ ଓହରି ଯିବାକୁ ଥିଲେ ହେଁ ଆଶା କରୁଛି ଯେ ଚାଇନା ସହ ଦେଶର ସମ୍ପର୍କ ବେଶ ବନ୍ଧୁତ୍ୱପୂର୍ଣ୍ଣ ରହିବ। ବନ୍ଧୁତାରେ ଏହାର କୌଣସି ପ୍ରକାରର ପ୍ରଭାବ ପଡ଼ିବ ନାହିଁ ବୋଲି ଇଟାଲୀ ଆଶା ରଖିଥିବା ସେ କହିଛନ୍ତି।

୨୦୧୯ରେ ଇଟାଲୀର ଅଧିକାରୀମାନେ ବେଲ୍ଟ ଓ ରୋଡ ପ୍ରକଳ୍ପରେ ପୁଞ୍ଜିନିବେଶ ପାଇଁ ଚାଇନା ସହ ଗୋଟିଏ ଚୁକ୍ତି କରିଥିଲେ। ଇଟାଲୀର ପ୍ରଧାନମନ୍ତ୍ରୀ ମେଲୋନି ବହୁ ଦିନରୁ ଚାଇନା ସହ କରିଥିବା ଚୁକ୍ତିରୁ ଓହରିବାକୁ ଚାହୁଁଥିଲେ। କିନ୍ତୁ ବ୍ୟବସାୟିକ ସମ୍ପର୍କ ଦୃଷ୍ଟିରୁ ସେ ଏକଥା କେମିତି ଚାଇନାକୁ କହିବେ, ସେନେଇ ଦ୍ୱନ୍ଦ୍ୱରେ ରହିଥିଲେ। କିନ୍ତୁ ଶନିବାର ସେ ତାଙ୍କ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଚାଇନାକୁ ଜଣାଇ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି।

ସେହିପରି ଆଗାମୀ ମାସର ମେଲୋନି ଚଇନା ଗସ୍ତର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଚୁକ୍ତି ପ୍ରତ୍ୟାହାର ନିଷ୍ପତ୍ତରେ କାଳେ ଚାଇନ କୌଣସି ଉତ୍ତେଜନା ସୃଷ୍ଟି କରିବ, ସେହି ଆଶଙ୍କାରେ ମେଲୋନି ବେଜିଂ ଯିବାକୁ ଯୋଜନା କରିଥିବା କୁହାଯାଉଛି।

ad-week
Leave A Reply

Your email address will not be published.