କଣ୍ଠ ଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର ଜାରି…

add-all

sou

କଟକ : କଣ୍ଠ ଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର । ଲୁକ୍ ଆଉଟ ସର୍କୁଲାର ଜାରି କଲା କଟକ କମିଶନରେଟ ପୋଲିସ । ସୌରୀନଙ୍କୁ ପାଉନି ପୋଲିସ। କୋଲକତା ପୋଲିସ ସହାୟତାରେ ରେଡ୍ କରିଥିଲା କଟକ କମିଶନରେଟ ପୋଲିସ। ଏନେଇ କଟକରୁ କୋଲକାତା ଯାଇଥିଲେ ୪ଜଣିଆ ପୋଲିସ ଟିମ୍ ।

ସୌରୀନଙ୍କ ଘର ସମେତ ତିନୋଟି ସ୍ଥାନରେ ରେଡ଼ କରିଥିଲା ପୋଲିସ। ତେବେ କୋଲକାତାରୁ ଖାଲି ହାତରେ ଫେରିଛି ପୋଲିସ ଟିମ। କଟକ ମହିଳା ଥାନାରେ ଜଣେ ଯୁବତୀଙ୍କ ଏତଲା ଆଧାରରେ ସୌରୀନଙ୍କ ବିରୁଦ୍ଧରେ ରୁଜୁ ହୋଇଛି ମାମଲା। ନିକଟ ଅତୀତରେ ସୌରୀନଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ ଓଡ଼ିଶା ହାଇକୋର୍ଟ ।

ad-week
Leave A Reply

Your email address will not be published.