ସନାତନ ଧର୍ମର ଅପମାନ ବେଳେ କାହିଁକି ନୀରବ ରହିଲା କଂଗ୍ରେସ: କେନ୍ଦ୍ର ମନ୍ତ୍ରୀ

add-all

kend

ନୂଆଦିଲ୍ଲୀ: ସନାତନ ଧର୍ମକୁ ନେଇ ଚାଲିଛି ରାଜନୀତି। ଡିଏମକେ ସରକାରରେ ଥିବା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପାଲଟା ଜବାବ ଦେଇଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ ସନାତନ ଧର୍ମକୁ ଅପମାନିତ କରିବାକୁ ଉଦ୍ୟମ କରାଯାଉଛି। ଏଥିରେ ନୀରବତା ବଜାୟ ରଖିବା ପାଇଁ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି।

ଡିଏମକେ ନେତା ଉଦୟାନିଧି ଷ୍ଟାଲିନ ଦେଇଥିବା ବିବୃତ୍ତି ଉପରେ ଅନୁରାଗ ଠାକୁରଙ୍କ ଏହି ମନ୍ତବ୍ୟ ଆସିଛି। ଉଦୟାନିଧି ଷ୍ଟାଲିନ କହିଥିଲେ ଯେ ସନାତନ ଧର୍ମ ଲୋକଙ୍କ ମଧ୍ୟରେ ବିଭାଜନ ଏବଂ ଭେଦଭାବକୁ ପ୍ରୋତ୍ସାହିତ କରେ ଏବଂ ଏହାକୁ ବିଲୋପ କରାଯିବା ଉଚିତ। ଏଥି ସହିତ, ଉଦୟନିଧି ସନାତନ ଧର୍ମକୁ ଡେଙ୍ଗୁ, ମେଲରିଆ ସହ ତୁଳନା କରି ଏହାକୁ ଓପାଡି ଫିଙ୍ଗି ଦେବା ଉଚିତ ବୋଲି କହିଥିଲେ।

ସେପ୍ଟେମ୍ବର ୯ ରେ ରାହୁଲ ଗାନ୍ଧୀ କହିଥିଲେ ଯେ ସେ ଭଗବଦ୍ ଗୀତା ଏବଂ ଅନେକ ଉପନିଷଦ ପଢିଛନ୍ତି ଏବଂ ବିଜେପି ଯାହା କରେ ସେଥିରେ ହିନ୍ଦୁ ଧର୍ମ ଭଳି କିଛି ନାହିଁ। ଏହା ଉପରେ ଠାକୁର କହିଛନ୍ତି, ସନାତନ ଧର୍ମର ଅପମାନ ଉପରେ ବିରୋଧୀମାନେ ନୀରବତା ଭାଙ୍ଗିବା ଉଚିତ୍।

ଅନୁରାଗ ଠାକୁର ଦାବି କରିଛନ୍ତି, ‘ବିରୋଧୀ କେବଳ ସନାତନ ଧର୍ମକୁ ଅପମାନିତ କରୁଛନ୍ତି। ଏହା ସେମାନଙ୍କର ମାନସିକତାକୁ ଦର୍ଶାଏ। ଯେତେବେଳେ ଇଣ୍ଡିଆ ବନାମ ଭାରତ ବିତର୍କ ଉପରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ବିଷୟରେ ପଚରାଗଲା, ଠାକୁର କହିଛନ୍ତି ଯେ କିଛି ଲୋକଙ୍କର ଭୟ ଏବଂ ଦ୍ୱନ୍ଦ୍ୱ ବିସ୍ତାର କରିବା ଏବଂ ମିଥ୍ୟା କହିବା ଅଭ୍ୟାସ ରହିଛି।

ad-week
Leave A Reply

Your email address will not be published.