
ସରକାର ଓ ପ୍ରଶାସନ କୁ ଖୋଲା ଚ୍ୟାଲେଞ୍ଜ
ବ୍ରହ୍ମପୁର : ଗଞ୍ଜାମ ଏମଭିଆଇଙ୍କ ଆଶିର୍ବାଦରେ ବାହାର ଜିଲ୍ଲାର ଦୁଇ ଯୁବକ ଦଲାଲ ସାଜି ଫିଟନେସ ସମୟରେ ନାଲି ଆଖି ଦେଖାଇ ବଟି ଆଦାୟ କରୁଥିବା ଅଭିଯୋଗ ହେଉଛି। ପ୍ରତେକ ଗୁରୁବାର ଦିନ ବ୍ରହ୍ମପୁର ସ୍ଥିତ ହଳଦିଆ ପଦର ଅଟୋ ନଗର ଓ ଅନ୍ୟ ଦିନରେ ଛତ୍ରପୁର ସ୍ଥିତ ଅଗସସ୍ଥି ନୂଆଗାଁ ରେ ଠାରେ ଯାନବାହନ ଗୁଡ଼ିକର ଫିଟନେସ କରାଯାଏ। ପୁରୀ ଜିଲ୍ଲା ମାଲୁଦ ଅଞ୍ଚଳର ନରେଶ ଓ ନୟାଗଡ଼ ଅଞ୍ଚଳର ବିଶ୍ୱ ନାମକ ଦୁଇ ଯୁବକ ଅନ- ଲାଇନ ରେ ଫିଟନେସ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ କୁଆଡେ ଏମ ଭି ଆଇ ଙ୍କ ଇସାରା ରେ ବିଭିନ୍ନ ଆଳ ଦେଖାଇ ପ୍ରତେକ ଗାଡିରୁ ହଜାରେ ଟଙ୍କା ଆଦାୟ କରୁଥିବା ନେଇ ଅଭିଯୋ ହେଉଛି। ଏମ ଭି ଆଇ ମହାଶୟ ଙ୍କୁ ଏହି ଦୁଇ ଯୁବକ ନରେଶ ଓ ବିଶ୍ୱ କିଏ ବୋଲି ପ୍ରଶ୍ନ କରିବାରୁ ସେ କିଛି ସମୟ ନିରବ ରହିବାପରେ କହିଥିଲେ ଆମକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବ୍ରହ୍ମପୁରବାସୀଙ୍କ ସୁବିଧା ସକାଶେ ଗୁରୁବାର ଦିନ ହଳଦିଆ ପଦର ଠାରେ ଓ ଅନ୍ୟ ଦିନ ରେ ଅଗସସ୍ଥି ନୂଆଗାଁ ରେ ଫିଟନେସ କରାଯାଉଛି।ଏହାର ସୁଯୋଗ ନେଇ ଏମଭିଆଇ ବାବୁ ଏହି ଦୁଇ ଜଣ ଯୁବକଙ୍କ ସହଯୋଗ ଓ ଅନ୍ୟ ୧୦ ଯୁବକଙ୍କୁ ମଧ୍ୟ ଅଗସ୍ଥି ନୂଆ ଗାଁ ରେ ଏକ ମେସ କରି ଆଡ୍ଡା ଜମେଇବା ଓ ଡ଼ିଏଲ କରିବାକୁ ନିର୍ଦ୍ଦେଶ ଦେବାସହ ଏହି କାରନାମା କରିବା କୁ ମଧ୍ୟ ଏହି ମାନଙ୍କୁ ନିୟୋଜିତ କରିଥିବା ଚାର୍ଚ୍ଚା ହେଉଛି। ଅନ୍ୟ ଦିନ ମାନଙ୍କ ରେ ଛତ୍ରପୁର ନିକଟସ୍ଥ ଅଗସ୍ଥି ନୂଆ ଗାଁ ରେ ମଧ୍ୟ ଏହି ଦୁଇ ଯୁବକ ମାନଙ୍କୁ ସେଠାରେ ମଧ୍ୟ ଦେଖିବାକୁ ମିଳୁଛି।ଏହି ଦୁଇ ଯୁବକ ଙ୍କୁ ଫିଟନେସ ସମୟରେ ଓ ଡ଼ି ଏଲ କରିବାକକୁ ଗୁଣ୍ଡା ଭାବେ ରଖା ଯାଇଛି ନା କଣ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।ଯେଉଁଦିନ ବାବୁ ଛତ୍ରପୁର ରେ ରୁହନ୍ତି ସେଦିନ ବାବୁଙ୍କ କାର୍ଯ୍ୟଳୟ ରେ କିଛି ଅବସର ପ୍ରାପ୍ତ କର୍ମଚାରୀ ଓ ଅନ୍ୟ ଦଲାଲ ମାନଙ୍କ ଆଡ୍ଡା ଜମାଉଥିବା ଦେଖିବାକୁ ମିଳୁଛି। ସନ୍ଧ୍ୟା ସମୟରେ ଛତ୍ରପୁର ସ୍ଥିତ ଏମଭିଆଇ ଙ୍କକାର୍ଯ୍ୟଳୟ ରେ ଏହି ଦୁଇ ଯୁବକ ଆଡ୍ଡା ଜମେଇବା ସହ ମଦ୍ୟପ ମାନଙ୍କ ମଧ୍ୟ ଆଡ୍ଡା ଦେଖିବାକୁ ମିଳୁଛି ବୋଲି ଚାର୍ଚ୍ଚା ହେଉଛି। ଦୁର୍ନୀତି ନିବାରଣ ଅଧିକାରୀ ଅତର୍କିତ ଚଢ଼ାଉ କରିଲେ ଏହି ଦୁଇ ଯୁବକ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ମୋବାଇଲ ଟ୍ରାକିଙ୍ଗ କରିଲେ ଘଟଣାର ପର୍ଦାଫାସ ହେବ।ଏହି ଦୁର୍ନୀତି ସମ୍ପର୍କରେ ବିଭାଗୀୟ କମିଶନର ତୁରନ୍ତ ଦୃଷ୍ଟି ଦେଲେ ସରକାର କରିଥିବା ଅନ ଲାଇନ ସୁବିଧା ଲୋକ ମାନେ ପାଇ ପାରିବେ। ଏପଟେ ସରକାର ଦଲାଲ ମୁକ୍ତ କରିବାକୁ ପ୍ରୟାସ କରୁଥିବା ବେଳେ ଏମଭିଆଇ ମହାଶୟ ସରକାରଙ୍କୁ ଚ୍ୟାଲେଞ୍ଜ କରି ଦଲାଲ ମାନଙ୍କୁ ପ୍ରଶୟ ଦେଉଥିବା ଦେଖିବାକୁ ମିଳୁଛି।