ବର୍ଷାରେ ଧୋଇଗଲା ଦାରିଙ୍ଗ ବାଡ଼ି ତହସିଲ ଅଫିସ ନିକଟ ମୁଖ୍ୟ ରାସ୍ତା…

5T ବ୍ୟବସ୍ଥା ରେ 5T ରାସ୍ତା କାମ…!

add-all

 ଦାରିଙ୍ଗବାଡି,୧୨/୯, କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରୁ ପାଣିଗଣ୍ଡା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ହେଲେ ମଙ୍ଗଳବାର ଲଘୁଚାପଜନିତ ବର୍ଷାରେ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଧୋଇ ହୋଇଯିବା ସହ ବଡ଼ ଖାଲଖମା ସୃଷ୍ଟି ହୋଇ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ମାତ୍ର ଘଣ୍ଟାଏ ବର୍ଷାରେ ରାସ୍ତାର ଏଭଳି ଅବସ୍ଥା ସୃଷ୍ଟି ହୋଇଛି।
ରାସ୍ତାର ଦାରିଙ୍ଗବାଡ଼ି ବସ୍‌ଷ୍ଟାଣ୍ଡ ସମେତ କଲେଜ ରାସ୍ତାରେ ଏଭଳି ସମସ୍ୟା ଦେଖାଦେଇଛି। ସେହିପରି ତହସିଲ କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟରେ ମଧ୍ୟ ରାସ୍ତା ଧୋଇ ହୋଇଯାଇଛି। ଯାହାରି ଫଳରେ ତହସିଲ ଅଫିସ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ହଇରାଣ ହରକତ ହେଉଛନ୍ତି। ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତାର ଏଭଳି ଅବସ୍ଥା ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତୁରନ୍ତ ରାସ୍ତା ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.