ହାତୀ ଘଉଡାଇବା ପାଇଁ ଯାଇଥିବା ବନକର୍ମଚାରୀଙ୍କୁ ପିଟିଲେ ଗାଁ ଲୋକ

add-all

ସୁନ୍ଦରଗଡ଼: ହାତୀ ପାଇଁ ବନକର୍ମଚାରୀଙ୍କୁ ମାଡ଼ । ହାତୀ ଘଉଡାଇବା ପାଇଁ ଯାଇଥିବା ବନକର୍ମଚାରୀଙ୍କୁ ମାଡ ମାରିଛନ୍ତି ଗାଁ ଲୋକେ । ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜର ସମରଦରି ନିକଟ ତାଳବାହାଳି ଗାଁରେ ଗତ କିଛି ଦିନ ଧରି ହାତୀ ଉପଦ୍ରବ ଲାଗି ରହିଛି। ୨ଟି ଦନ୍ତା ହାତୀ ଗାଁରେ ପଶି ଘରଦ୍ବାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଥିଲେ।

ହାତୀ ଉଉଡାଇବାକୁ ଯାଇଥିବା ଏକ ୧୦ଜଣିଆ ସ୍କାଡ ଟିମ୍ କୁ ଅଟକାଇ ଲୋକେ ମାଡ ମାରିଛନ୍ତି। ଏନେଇ ଲହୁଣୀପଡା ଥାନାରେ ବନବିଭାଗ ପକ୍ଷରୁ ଅଭିଯୋଗ ହୋଇଥିବା ବାଙ୍କୀ ରେଞ୍ଜର କହିଛନ୍ତି । ଏହି ଦୁଇଟି ହାତୀ ଏବେ ପୁଣି ଦୀର୍ଘ ୧୫ ଦିନ ପରେ ଜାତୀୟ ରାଜପଥ ୧୪୩ ଦେଇ ବଣାଇ ରେଞ୍ଜର ଧରଣୀ ଧର ପାଲି ସେକ୍ସନର ବାଗିଆ କୁଚା ଜଙ୍ଗଲକୁ ଫେରିଛନ୍ତି । ଫଳରେ ବଣାଇ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି ।

ad-week
Leave A Reply

Your email address will not be published.