ହରିୟାଣାରେ ଗୋ-ରକ୍ଷକ ମୋନୁ ମାନେସର୍‌ ଅଟକ…

add-all

ନୂଆଦିଲ୍ଲୀ: ରାଜସ୍ଥାନରେ ୨ଜଣ ଲୋକଙ୍କୁ ହତ୍ୟା କରାଯିବା ଏବଂ ଜୁଲାଇ ମାସରେ ମାସରେ ନୁହ୍‌ ହିଂସାକାଣ୍ଡକୁ ଉସୁକାଇ ଥିବା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଖୋଜାପଡ଼ିଥିବା ଗୋ-ରକ୍ଷକ ମୋନୁ ମାନେସର୍‌ଙ୍କୁ ଆଜି ହରିୟାଣା ପୁଲିସ ଅଟକ ରଖିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ହରିୟାଣା ପୁଲିସ ତାଙ୍କୁ ରାଜସ୍ଥାନ ପୁଲିସକୁ ହସ୍ତାନର କରିବ ବୋଲି ନାମ ଗୋପନ ରଖିବାକୁ ଅନୁରୋଧ କରି ଗଣମାଧ୍ୟମକୁ ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମୋନୁ ମାନେସର୍‌ ଓରଫ ମୋହିତ ଯାଦବ ‘ବଜରଙ୍ଗ ଦଳ’ର ଜଣେ ସଦସ୍ୟ ତଥା ଗୋ-ରକ୍ଷକ। ତାଙ୍କର ବାସସ୍ଥାନ ଗୁରୁଗ୍ରାମ ନିକଟ ମାନେସରରେ। ରାଜସ୍ଥାନରେ ୨ଜଣ ମୁସଲ୍‌ମାନଙ୍କୁ ହତ୍ୟା କରାଯିବା ଘଟଣାରେ ଫେବ୍ରୁଆରି ମାସରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ଫେବ୍ରୁଆରି ୧୫ ତାରିଖ ଦିନ ରାଜସ୍ଥାନର ଭରତପୁର ଜିଲ୍ଲା ଅନ୍ତର୍ଗତ ଘଟମୀକା ଗାଁର ବାସିନ୍ଦା ନାସିର୍‌ ଓ ଜୁନୈଦ୍‌ଙ୍କୁ ଗ‌ୋ-ରକ୍ଷକମାନେ ଅପହରଣ କରିନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ତହିଁ ଆର ଦିନ ହରିୟାଣାର ଭିୱାନି ଅଞ୍ଚଳର ଲୋହାରୁରେ ଗୋଟାଏ ପୋଡ଼ା କାର୍‌ରୁ ସେମାନଙ୍କ ଶବ ଉଦ୍ଧାର କରାଯାଇଥିଲା।

ad-week
Leave A Reply

Your email address will not be published.