କୃଷି ବିଜ୍ଞାନ କେନ୍ଦ୍ର ମାଲକାନଗିରି ଦ୍ୱାରା ଉଦ୍ୟାନ କୃଷି ଓ ମୃତ୍ତିକା ପରିଚାଳନା ତାଲିମ ଶିବିର

add-all

ମାଲକାନଗିରି,୧୨।୯ ମାଲକାନଗିରି କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା କୃଷକ ଓ କୃଷିଜୀବି ମହିଳାମାନଙ୍କ ପାଇଁ ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଞ୍ଚାୟତ ଏମଭି ୯ ଗ୍ରାମରେ ଏକ ତାଲିମ କାର୍ଯ୍ୟକ୍ରମ ଓ ରୋଗ ପୋକ ପରିଚାଳନା ପାଇଁ ରାଶି ଫସଲରେ ଔଷଧ ପ୍ରୟୋଗ ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛିା ଏହି ତାଲିମ କାର୍ଯ୍ୟକ୍ରମ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡାକ୍ତର ସିଧାର୍ଥ କରଙ୍କ ଦ୍ୱାରା ପରିଚାଳନା ହୋଇଥିଲ । ଡାକ୍ଟର କର କୃଷକ ମାନଙ୍କୁ ବାଇଗଣ, ଲଙ୍କା ଓ ରାଶି ଫସଲର ରୋଗ ପୋକ ପରିଚାଳନା ଓ ମାଟିରେ ସଲଫର, ଦୋରନ ଆଦି ଅଣୁସାର, ଜୈବିକ ଔଷଦ ପ୍ରୟୋଗ ଓ ଯାନ୍ତ୍ରିକ ଉପାୟରେ ରୋଗ ପୋକ ପରିଚାଳନା, ଉଦ୍ୟାନ ଫସଲ, ବଗିଚା ସୃଷ୍ଟି ଓ କୃଷିରେ ବ୍ୟବହାର ହେଉଥିବା ଔଷଧ ବଣ୍ଟନ ଆଦି କାର୍ଯ୍ୟରକ୍ରମକୁ ପରିଚାଳନା କରିଥିଲୋ ଏହି ତାଲିମ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ର ପରିଚାଳକ ତନ୍ମୟ ବେହେରା, ଆର୍‌.କେ. ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁରେଶ ଚନ୍ଦ୍ର ତ୍ରିପାଠି, ଏମଭି୯ ଗ୍ରାମର ମୁଖ୍ୟ ସୁଶିଲ ମଜୁମଦାର, କାଲାଚାନ୍ଦ ମଣ୍ଡଲ, ତାପସ ସିଲ, କମଲ ମଜୁମଦାର ଓ କେଭିକେର ବାବୁଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.