ଫେରୁଛି ମୌସୁମୀ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଭାରି ବର୍ଷା ସମ୍ଭାବନା

add-all

ଭୁବନେଶ୍ୱର : ସ୍ଵାଭାବିକ ସ୍ଥିତି କୁ ଫେରୁଛି ମୌସୁମୀ ।ବର୍ତ୍ତମାନ ସକ୍ରିୟ ଘୂର୍ଣ୍ଣିବଳୟ ଟି ପୂର୍ବକେନ୍ଦ୍ରୀୟ ବୋଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୩.୧ ରୁ ୭.୬ କିମି ମଧ୍ୟରେ ସକ୍ରିୟ ରହିଛି। ଏବଂ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟି ହେବ ଲଘୁଚାପ ।ଏହି ଲଘୁଚାପ କ୍ଷେତ୍ର ଟି ଅଧିକ ଘନୀଭୂତ ହେବା ସହ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଦ୍ରପ୍ରଦେଶ ଉପକୁଳ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଭାରି ବର୍ଷା ସମ୍ଭାବନା।

୬ ଜିଲ୍ଲାକୁ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ,୯ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଓ ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଅର୍ଥାତ ଆସନ୍ତାକାଲି ଠାରୁ ବଢିବ ବର୍ଷାର ବିଶୃତି ଓ ପରିମାଣ।୧୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା।

ସେହିପରି ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାର ସେମିଳିଗୁଡା ଠାରେ ୨୦୮ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଜୟପୁରରେ ୧୬୧.୭ ମିମି, ପାପଡାହାଣ୍ଡି (ନବରଙ୍ଗପୁର)୧୪୬ମିମି, କୋରାପୁଟ ସହର ରେ ୧୦୧ ମିମି ରେକର୍ଡ କରାଯାଇଛି। ମୌସୁମୀ ସ୍ଥିତି ୧ ଜୁନ ରୁ ୧୨ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ସମୁଦାୟ ୯୦୪.୫ ମିମି ବର୍ଷା ହୋଇଥିବା ବେଳେ ସ୍ଵାଭାବିକ ବର୍ଷା ୧୦୨୮.୨ ମିମି ବର୍ଷା ହୋଇଛି ।ଏହାରି ମଧ୍ୟରେ ୧୦ ଜିଲ୍ଳାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୨୦ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ କରାଯାଇଛି।

ad-week
Leave A Reply

Your email address will not be published.