ଯୁବଶିକ୍ଷକଙ୍କ ଅକାଳ ବିୟୋଗ…

add-all


ଚିକିଟୀ : ମାଉନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଯୁବ ସହକାରୀ ଶିକ୍ଷକ ମନୋରଞ୍ଜନ ପଟ୍ଟନାୟକ(୩୨) ଙ୍କ ବିୟୋଗରେ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି। ଗତ ରବିବାର ଦିନ ରାତିରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗତକାଲି ରାତି ପ୍ରାୟ ଦୁଇଟା ବେଳେ ହୃତଘାତ ରେ ମୃତ୍ୟୁ ବରଣ କରିଥିଲେ।

ସେ ଜଣେ ଦକ୍ଷ, କର୍ମଠ, ସାହସୀ, ମେଳlପି ଯୁବ ଶିକ୍ଷକ ଭାବେ ବେଶ୍ ପରିଚିତ ଥିଲେ। ତାଙ୍କ ବିୟୋଗ ରେ ବ୍ଲକର ସମସ୍ତ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ,ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ କର୍ମଚାରୀ ମହଲ ରେ ଶୋକରେ ଛାୟା ଖେଳିଯାଇଛି l ତାଙ୍କ ଘର ନୟାଗଡ଼ ଜିଲ୍ଲା। ସେ ବାପା ମା ଙ୍କ ଏକ ମାତ୍ର ପୁଅ ଥିଲେ। ତାଙ୍କ ମୃତ୍ୟୁ ବେଳେ ଶାଶୁ, ସହଧର୍ମିଣୀ ଓ ଏକ ମାତ୍ରକନ୍ୟା ଉପସ୍ଥିତ ଥିଲେ। ଚିକିଟୀ କରବlଲୁଆ ଶ୍ମଶାନରେ ସତ୍କାର କରାଯାଇଥିଲା।

ad-week
Leave A Reply

Your email address will not be published.