ଭିଏତ୍‌ନାମ: ଆପାର୍ଟମେଣ୍ଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୫୦ ମୃତ…

add-all

ଭିଏତ୍‌ନାମ ରାଜଧାନୀ ହନୋଇରେ ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ସମୟାନୁସାରେ, ସେପ୍ଟେମ୍ବର ୧୩ ତାରିଖ ବିଳମ୍ବିତ ରାତିରେ ଏହି ନିଆଁ ଲାଗିଛି। ଅଗ୍ନିକାଣ୍ଡରେ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି।

ଏଏନ୍‌ଆଇ ରିପୋର୍ଟ ମୁତାବକ, ଭିଏତ୍‌ନାମ ନ୍ୟୁଜ୍‌ ଏଜେନ୍ସି କହିଛି ଯେ ବିଳମ୍ବିତ ରାତି ପାଖାପାଖି ୨ଟା ସମୟରେ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂର ୯ମ ମହଲାରେ ନିଆଁ ଲାଗିଯାଇଥିଲା। ଏଠାରେ ପ୍ରାୟ ୧୫୦ ଲୋକ ରହୁଥିଲେ।

ହନୋଇରେ ଥିବା ଏହି ବିଲ୍ଡିଂ ସହରର ଆବାସୀୟ ଅଞ୍ଚଳରେ ଏକ ସଂକୀର୍ଣ୍ଣ ଗଳି ଭିତରେ ରହିଥିଲା। ନିଆଁ ଲାଗିବା ପରେ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି, ଯେଉଁ କାରଣରୁ ପାଖାପାଖି ୭୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୫୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଅଗ୍ନିକାଣ୍ଡରେ ପୀଡ଼ିତଙ୍କ ମଧ୍ୟରେ ଅନେକ ଛୋଟ ପିଲା ମଧ୍ୟ ଅଛନ୍ତି। ରିପୋର୍ଟ ମୁତାବକ, ବିଲ୍ଡିଂର ଛୋଟ ବାଲ୍‌କୋନିଗୁଡ଼ିକରେ ଲୁହା ତାର ବାଡ଼ ଘେରାଯାଇଥିଲା। ଆପାର୍ଟମେଣ୍ଟରୁ ବାହାରିବା ପାଇଁ କେବଳ ଗୋଟିଏ ହିଁ ରାସ୍ତା ଥିଲା, ଏପରି କି, କୌଣସି ଏମରଜେନ୍ସି କବାଟ ମଧ୍ୟ ନ ଥିଲା।

ତେଣୁ ଲୋକମାନଙ୍କୁ ଉଦ୍ଧାର କରିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ଲୋକମାନେ ନିଜ ପିଲାମାନଙ୍କୁ ନିଆଁ କବଳରୁ ବଞ୍ଚାଇବା ପାଇଁ ବିଲ୍ଡିଂରୁ ତଳକୁ ଫିଙ୍ଗୁଥିବା ଦେଖାଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି।

ad-week
Leave A Reply

Your email address will not be published.