ଜାତୀୟ ଯୋଗାସନ ପ୍ରତିଯୋଗିତା: ଭାଗ ନେବେ ମୟୂରଭଞ୍ଜର ୧୧ ଛାତ୍ରଛାତ୍ରୀ

add-all

କଟକ: ଓଡିଶା ଯୋଗ ଆସୋସିଏସନ ପକ୍ଷରୁ କଟକ ଠାରେ ଦୁଇ ଦିନିଆ ୨୯ ତମ ରାଜ୍ୟସ୍ତରୀୟ ଯୋଗାସନ ସ୍ପୋଟ୍ସ ଚମ୍ପିଆନସିପ ୨୦୨୩-୨୦୨୪ ଅନୁଷ୍ଠିତ ହୋଇଯାଇଛି । ୨ଦିନ ଧରି ଚାଲିଥିବା ଏହି ରାଜ୍ୟ ସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ୧୭ ରୁ ଅଧିକ ଜିଲ୍ଲାର ୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ମୋଟ ୩୬୭ ଜଣ ବିଭିନ୍ନ ବର୍ଗର ଉଭୟ ବାଳକ,ବାଳିକା ଏବଂ ପୁରୁଷ, ମହିଳା ଭାଗ ନେଇଥିଲେ । ଏହି ଅବସରରେ ବାରିପଦା ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର ଆନୁକୁଲ୍ୟରେ ହୋଇଥିବା ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଯୋଗାସନ ଚୟନ ପ୍ରତିଯୋଗିତାରୁ ୨୭ ଜଣ ବିଭିନ୍ନ ବର୍ଗର ବାଳକ,ବାଳିକା ଚୟନ ହୋଇ  ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା ରେ ଭାଗ ନେଇଥିଲେ। ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ନିଜର ଉତ୍ତମ ଦକ୍ଷତା ପ୍ରତିପାଦନ କରି ପ୍ରଥମ,ଦ୍ୱିତୀୟ,ତୃତୀୟ ସ୍ଥାନ ଅଧିକାର କରି ପୁଣି ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ୧୧ ଛାତ୍ରଛାତ୍ରୀ ।

ଏହି ୧୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ରୁ ଷଷ୍ଠ ସ୍ଥାନ ଅଧିକାର କରିଥିବା ଉଭୟ ବାଳକ ବାଳିକା ଆଗାମୀ ଦିନରେ  ଆସାମର ଗୌହାଟି ଠାରେ ହେବାକୁ ଥିବା ଜାତୀୟ ସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ଭାଗ ନେବାପାଇଁ ମନୋନୀତ ହୋଇଛନ୍ତି । ଏହି ଅବସରରେ ବାରିପଦା ଷ୍ଟାଡିଅମ ଠାରେ ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ମଙ୍ଗଳବାର ଦିନ ଯୋଗ ଥେରାଫିଷ୍ଟ ଡ଼ଃ ଦିଲ୍ଲୀପ କୁମାର ପଣ୍ଡା,ଏମଏସସିବି ବିଶ୍ୱବିଦ୍ୟାଳୟର ପ୍ରଦୀପ କୁମାର ବରାଳ,ଏବଂ ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର ସମ୍ପାଦକ ଜ୍ୟୋତିରଞ୍ଜନ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ରାଜ୍ୟ ସ୍ତରୀୟ ଯୋଗାସନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ୧୧ ଜଣ ବିଭିନ୍ନ ବର୍ଗର ଉଭୟ ବାଳକ ବାଳିକାଙ୍କୁ ପୃରଷ୍କୃତ କରାଯାଇଥିଲା।

ad-week
Leave A Reply

Your email address will not be published.