ବଦଳିଲା ଯାଜପୁର ମେଡିକାଲ କଲେଜର ନାଁ

add-all

ଯାଜପୁର: ବଦଳିଲା ଯାଜପୁର ମେଡିକାଲ କଲେଜର ନାଁ। ମେଡିକାଲ କଲେଜ ନାଁ ଯଯାତି କେଶରୀ ମେଡିକାଲ କଲେଜକୁ ପରିବର୍ତ୍ତନ ହୋଇଛି। ନୂଆ ନାଁ କୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5T ସଚିବ ଭିକେ ପାଣ୍ଡିଆନଙ୍କ ଯାଜପୁର ଜିଲ୍ଲା ଗସ୍ତ ବେଳେ ମେଡିକାଲ କଲେଜକୁ ଯଯାତି କେଶରୀଙ୍କ ନାଁରେ କରିବାକୁ ଲୋକଙ୍କ ଠାରୁ ଅନୁରୋଧ ପତ୍ର ଗ୍ରହଣ କରିଥିଲେ। ଏହାକୁ ବର୍ତ୍ତମାନ ଅନୁମୋଦନ କରାଯାଇଛି।

ଯଯାତି କେଶରୀ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ୨୦୨୪ରୁ କାର୍ଯ୍ୟକ୍ଷମ ହେବ। ୪୬ ଏକର ଜାଗାରେ ୫୨୬ କୋଟି ୨୧ ଲକ୍ଷ ଟଙ୍କାରେ ନିର୍ମାଣ ହେଉଛି ମେଡିକାଲ କଲେଜ ।

ad-week
Leave A Reply

Your email address will not be published.