କେନ୍ଦୁଝରରେ ପୂର୍ବତନ ମହିଳା ସରପଞ୍ଚ ଓ ସ୍ବାମୀଙ୍କୁ ହତ୍ୟା ଘଟଣାରେ ୭ ଅଟକ…

sarap

କେନ୍ଦୁଝର : କେନ୍ଦୁଝର ବାଲିପାଳ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ବାମୀଙ୍କୁ ହତ୍ୟା ଘଟଣା  । ପୋଲିସ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି  । ବ୍ୟକ୍ତିଗତ ଶତ୍ରୁତା ନା ରାଜନୈତିକ ବିବାଦରୁ ହତ୍ୟା କରାଯାଇଛି , ସେ ନେଇ ପୋଲିସ ଖୋଳତାଡ ଜାରି ରଖିଛି  । ଘଟଣାସ୍ଥଳରେ କେନ୍ଦୁଝର ଏସପିଙ୍କ ସମେତ ପୋଲିସ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି  ।

ଗତକାଲି ଉଭୟ ଦମ୍ପତ୍ତିଙ୍କୁ ହତ୍ୟା କରି ତାଙ୍କ ମୋବାଇଲ ଫୋନ ନେଇଯାଇଛନ୍ତି। ଗାଁଲୋକେ ଘରକୁ ଯାଇ କବାଟ ବାଡେଇ ଥିଲେ ମଧ୍ୟ କେହି ଶୁଣିନଥିଲେ। ଏହାପରେ ବାଡିରେ ରକ୍ତ ଛିଟା ପଡିଥିବା ଦେଖିବାକୁ ପାଇଥିଲେ। ଉଭୟ ଦମ୍ପତିଙ୍କୁ ମାରଣାସ୍ତ୍ରରେ ବୀଭତ୍ସ ହତ୍ୟା କରିବା ପରେ ହତ୍ୟାକାରୀ ମାନେ ଜଙ୍ଗଲ ରାସ୍ତା ଦେଇ ମୟୂରଭଞ୍ଜ ଜିଲ୍ଲାକୁ ପଳାଇ ଯାଇଥିବା ଅନୁମାନ କରାଯାଉଛି। ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବା ନେଇ ପୋଲିସ ହତ୍ୟାକାଣ୍ଡ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରିନାହିଁ। ତେବେ କିଏ ଓ କାହିଁକି ଦୁଇ ଜଣଙ୍କୁ ହତ୍ୟା କଲା ସେନେଇ କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାରେ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି  ।

ad-week
Leave A Reply

Your email address will not be published.