ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବିଜେପି…

add-all

nauri

ଭୁବନେଶ୍ବର: ଆଗକୁ ହେବାକୁ ଥିବା ବାଚସ୍ପତି ନିର୍ବାଚନକୁ ଗତକାଲି କଂଗ୍ରେସ ବୟକଟ୍‌ କରିଥିବା ବେଳେ ଏହାକୁ ଏବେ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟ ବର୍ଜନ କରିବ ବୋଲି ସୂଚନା ରହିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ନାଉରୀ ନାୟକ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ମତ ରଖି କହିଛନ୍ତି କି, ‘‘ବାଚସ୍ପତି ନିର୍ବାଚନକୁ ଦଳ ବର୍ଜନ କରିବ। ନୂଆଁଖାଇ ସମୟରେ ନିର୍ବାଚନ ହେବାକୁ ଥିବା କାରଣରୁ ଦଳ ଓ ବିରୋଧୀ ଦଳର ନେତା ନିର୍ବାଚନକୁ ବର୍ଜନ କରିବା ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଦାବି ହୋଇଥିଲେ ବି ସରକାର ତାହାକୁ କର୍ଣ୍ଣପାତ କରିନାହାନ୍ତି। ନୂଆଁଖାଇ ପରଦିନ ବାଚସ୍ପତି ନିର୍ବାଚନ ଘୋଷଣା କରି ପଶ୍ଚିମ ଓଡ଼ିଶାର ଜନଭାବନା ପ୍ରତି ଆଘାତ ଦେଇଛନ୍ତି ସରକାର।’’

ଉଲ୍ଲେଖଯୋଗ୍ୟ, ପୂର୍ବରୁ କଂଗ୍ରେସ ମଧ୍ୟ ଏହି ନିର୍ବାଚନକୁ ବିରୋଧ କରିସାରଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗତକାଲି ଗଣମାଧ୍ୟମରେ ତାଙ୍କର ମତ ରଖି କହିଛନ୍ତି ଯେ ‘‘ବାଚସ୍ପତି ନିର୍ବାଚନକୁ କଂଗ୍ରେସ ବୟକଟ କରୁଛି । କଂଗ୍ରେସର କୌଣସି ବି ବିଧାୟକ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ । ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ । ଦୁଇ ଦିନ ନୂଆଁଖାଇ ପାଳନ କରାଯାଇଥାଏ। ନୂଆଁଖାଇ ଓ ନୂଆଁଖାଇର ପରଦିନ ଏହି ପର୍ବ ପଶ୍ଚିମ ଓଡିଶାରେ ପାଳନ ହୋଇଥାଏ। ସେଥିପାଇଁ ଦୁଇ ଦିନ ଛୁଟି ହୋଇଥାଏ। ଦୁର୍ଭାଗ୍ୟର କଥା ହେଉଛି ରାଜ୍ୟ ସରକାର ଏଥର ବାଚସ୍ପତି ନିର୍ବାଚନ ପାଇଁ ୨୧ ତାରିଖରେ ବିଧାନସଭା ଡାକିଛନ୍ତି। ଏହାର ପ୍ରତିବାଦ କରାଯିବା ପରେ ବି ସେମାନେ କର୍ଣ୍ଣାପାତ କରି ନାହାନ୍ତି। ଏଇଟା ପଶ୍ଚିମ ଓଡ଼ିଶା ପ୍ରତି ଉପହାସ। ରାଜ୍ୟ ସରକାର ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ନୂଆଁଖାଇରେ ଛୁଟି ନଦେଇ ପଶ୍ଚିମ ଓଡ଼ିଶାର ଭାବାବେଗ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର।’’

ad-week
Leave A Reply

Your email address will not be published.