କ୍ଷୀରର ବକେୟା ୪୦୦ ଟଙ୍କା ପାଇଁ ଗୁଳି କରି ୩ ଜଣଙ୍କୁ ହତ୍ୟା

add-all

khir

ବିହାରର ରାଜଧାନୀ ପାଟନା ନିକଟ ଫତୁହାରେ ପଇସା ଲେଣଦେଣକୁ ନେଇ ୩ ଜଣଙ୍କୁ ହତ୍ୟା କରାଯାଇଛି। ଫତୁହା ଥାନା ଅଧୀନ ସୁରଙ୍ଗାପର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। କ୍ଷୀରର ବକେୟା ପଇସାକୁ ନେଇ ଏଠାରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଏଥିରେ ୪ ଜଣଙ୍କ ଦେହରେ ଗୁଳି ବାଜିଥିଲା।

ଏହି ଗୁଳିମାଡ଼ରେ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ, ଶୈଳେଶ ସିଂ, ଜୟ ସିଂ ଓ ପ୍ରଦୀପ ସିଂ। ଏଥିରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଯୁବକ ହେଲେ, ୨୨ ବର୍ଷୀୟ ମିଣ୍ଟୁସ୍‌ କୁମାର। ଆହତଙ୍କୁ ପାଟନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ବିଷୟରେ ପୋଲିସ କହିଛି ଯେ ଗୁରୁବାର ବିଳମ୍ବିତ ରାତିରେ କ୍ଷୀରର ବକେୟା ପଇସା ମାଗିବାରୁ ଉଭୟ ପକ୍ଷ ମଧ୍ୟରେ ଜୋର୍‌ଦାର ଝଗଡ଼ା ହୋଇଥିଲା। ମାମଲା ଏତେ ବଢ଼ି ଯାଇଥିଲା ଯେ ଘଟଣାସ୍ଥଳରେ ଗୁଳିମାଡ଼ କରାଯାଇଥିଲା। ଉଭୟ ପକ୍ଷର ୪ ଜଣଙ୍କୁ ଗୁଳି ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗ୍ରାମବାସୀଙ୍କ କହିବା ହେଲା, କ୍ଷୀରର ବକେୟା ୪୦୦ ଟଙ୍କାକୁ ନେଇ ପଞ୍ଚାୟତ ବସିବାର ଥିଲା। ଗାଁର କିଛି ଲୋକ ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦର ସମାଧାନ କରିବାକୁ ଚାହୁଁଥିଲେ। କିନ୍ତୁ ଏହା ପୂର୍ବରୁ ହିଁ ଗୁୁରୁବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି।

ad-week
Leave A Reply

Your email address will not be published.