ଲସ୍କର ଲିଙ୍କରେ ଥିବା ୨ ଆତଙ୍କୀ ଗରିଫ

add-all

lax

ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବା ସହ ଲିଙ୍କ ରଖିଥିବା ୨ ଜଣଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ। ଗୁରୁବାର ରାତିରେ ଏମାନଙ୍କୁ ଜମ୍ମୁ-କଶ୍ମୀରର ବାରମୁଲ୍ଲା ଠାରୁ ଧରା ଯାଇଛି। ସେମାନଙ୍କ ଠାରୁ ପିସ୍ତଲ, ଗ୍ରେନେଡ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀ ନିରୋଧ ଅପରେସନକୁ ଜୋରଦାର କରାଯାଇଛି। ଏହିକ୍ରମରେ ପୁଲିସ୍‌ ଓ ସେନା ପକ୍ଷରୁ ପାରାନପୀଲାନ ବ୍ରିଜ, ଉରି, ବାରମୁଲ୍ଲା ଭଳି ସ୍ଥାନରେ ଚେକପୋଷ୍ଟ ଲଗା ଯାଇଛି। ଗୁରୁବାର ରାତିରେ ଚେକପୋଷ୍ଟ ଆଡ଼କୁ ଦୁଇ ଜଣ ଯୁବକ ଡାଚିରୁ ଆସୁଥିବା ସୁରକ୍ଷାକର୍ମୀଙ୍କ ନଜର ପଡ଼ିଥିଲା। କିନ୍ତୁ ସେମାନେ ସୁରକ୍ଷାକର୍ମୀଙ୍କୁ ଦେଖି ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ସୁରକ୍ଷାକର୍ମୀମାନେ ଉଭୟଙ୍କୁ ଧରିବାକୁ ସକ୍ଷମ ହୋଇଥିଲେ।

ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ଦୁଇଟି ଗ୍ଲକ ପିସ୍ତଲ, ୨ଟି ପିସ୍ତଲ ମାଗାଜିନ, ୨ଟି ପିସ୍ତଲ ସାଇଲେନସର୍ସ, ୫ଟି ଚାଇନିଜ ଗ୍ରେନେଡ, ୨୮ଟି ଜୀବନ୍ତ ଗୁଳି ଓ ଅନ୍ୟାନ୍ୟ ଆପତ୍ତିଜନକ ଜନକ ଜିନିଷ ମିଳିଛି।

ସୁରକ୍ଷାକର୍ମୀମାନେ ଉଭୟଙ୍କୁ ନେଇ ଜେରା କରିବା ପରେ ସେମାନଙ୍କ ପରିଚୟ ମିଳିଛି। ଜଣକ ନାଁ ଜାଇଦ ହାସନ ମାଲ୍ଲା ଓ ଆଉ ଜଣେ ହେଲେ ମହମ୍ମଦ ଆରିଫ ଚାନ୍ନା। ଉଭୟଙ୍କ ଘର ବାରମୁଲ୍ଲାରେ। ଜାଇଦ ଓ ଆରିସ ସୀମା ପାର ଗୁଳିଗୋଳା ଚୋରା ଚାଲାଣ କାମରେ ନିୟୋଜିତ ଥିଲେ।

ପାକିସ୍ତାନ ଭିତ୍ତିକ ଆତଙ୍କୀ ହ୍ୟାଣ୍ଡେଲରମାନଙ୍କ ଇସାରାରେ ଏମାନେ କାମ କରୁଥିଲେ ଓ ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଆଣୁଥିଲେ। ଏହାପରେ ଏହାକୁ ଜମ୍ମୁ-କଶ୍ମୀରରେ ଥିବା ଲସ୍କର ଆତଙ୍କୀମାନଙ୍କୁ ଦେଉଥିଲେ।

ad-week
Leave A Reply

Your email address will not be published.