
ଆସାମ: କଣ୍ଟେନର ଟ୍ରକ୍ ଏବଂ ମିନିବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ୨୩ ଜଣଙ୍କର ପ୍ରାଣହାନି ଘଟିଛି । ମିନିବସ୍ରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି । ଆସାମର କାଜିରଙ୍ଗାରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ ମିନିବସ୍ଟି ବୋକାଖାଟରୁ ନଗାଓଁ ଅଭିମୁଖେ ଯାଉଥିବା ବେଳେ ଟ୍ରକ୍ ସହ ମୁହାଁମୁହିଁ ଦୁର୍ଘଟଣା ଘଟିଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଛି । ଗାଡ଼ିଟି ଚାପି ହୋଇ ଯାଇଥିବା ବେଳେ ଅନେକ ଯାତ୍ରୀ ଏହା ଭିତରେ ଫସି ରହିଛନ୍ତି ।
ସ୍ଥାନୀୟ ବାସିନ୍ଦା ଏବଂ ପୋଲିସ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ କୋହୋରା ମଡେଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ଅଧିକ ଗୁରୁତର ଆହତଙ୍କୁ ପରେ ଜୋରହାଟ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଉଭୟ ଗାଡ଼ଇ ଦ୍ରୁତ ଗତିରେ ଆସୁଥିବାରୁ ଭୀଷଣ ଜୋରରେ ଧକ୍କା ହୋଇଥିଲା ।
କୋହରା ରେଞ୍ଜର ହାତୀକୁଲିଆ ଚା ବାଗାନ୍ ନିକଟ ୭୧୫ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।
