ପୁଣି ଥରେ ମୋଦୀ ହେଲେ ସର୍ବାଧିକ ଲୋକପ୍ରିୟ ନେତା…

add-all

pm modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି। ଗ୍ଲୋବାଲ ଲିଡର ଅପ୍ରୋଭାଲ ସର୍ଭେ ଅନୁଯାୟୀ ଏହି ତାଲିକାରେ ଦ୍ବିତୀୟରେ ଥିବା ସ୍ୱିଜରଲାଣ୍ଡର ରାଷ୍ଟ୍ରପତି ଆଲେନ୍ ବର୍ସେଟଙ୍କ ତୁଳନାରେ ମୋଦୀଙ୍କ ରେଟିଂ ୧୨ ପ୍ରତିଶତରୁ ଅଧିକ ରହିଛି।

ଗତ କିଛି ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦୀ ଏହି ତାଲିକାରେ କ୍ରମାଗତ ଭାବେ ଶୀର୍ଷରେ ରହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୦% ଅନୁମୋଦନ ରେଟିଂ ସହ ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି, ଯାହା ମାର୍ଚ୍ଚ ପରଠାରୁ ତାଙ୍କର ସର୍ବାଧିକ ରେଟିଂ।

ଉଲ୍ଲେଖଯୋଗ୍ୟ, ୨୦୨୩ ମସିହା ସେପ୍ଟେମ୍ବର ୬ରୁ ୧୨ ତାରିଖ ଯାଏ ସଂଗୃହୀତ ତଥ୍ୟ ଅନୁଯାୟୀ ଏହି ତାଲିକାରେ ମୋଦୀଙ୍କ ନାପସନ୍ଦ ରେଟିଂ ମଧ୍ୟ ସର୍ବନିମ୍ନ ମାତ୍ର ୧୮% ରହିଛି।

ଏହି ତାଲିକାର ଶୀର୍ଷ ୧୦ ନେତାଙ୍କ ମଧ୍ୟରେ କାନାଡ଼ାର ଜଷ୍ଟିନ ଟ୍ରୁଡୋ ସର୍ବାଧିକ ୫୮% ନାପସନ୍ଦ କରିଛନ୍ତି। ପଲିଟିକାଲ ଇଣ୍ଟେଲିଜେନ୍ସ ରିସର୍ଚ୍ଚ ଫାର୍ମ ପକ୍ଷରୁ ସଂଗ୍ରହ କରାଯାଇଥିବା ଏହି ତଥ୍ୟ ବିଶ୍ୱସ୍ତରର ୨୨ ଜଣ ନେତାଙ୍କୁ ନେଇ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି।

ମାତ୍ର ୨୦%ରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ୍ ସିଓକ୍-ୟୋଲ୍ ଏବଂ ଚେକ୍ ରିପବ୍ଲିକ ରାଷ୍ଟ୍ରପତି ପେଟ୍ର୍ ପାଭେଲ୍ ନେତାମାନଙ୍କ ମଧ୍ୟରେ ସର୍ବନିମ୍ନ ଅନୁମୋଦନ ରେଟିଂ ହାସଲ କରିଛନ୍ତି।

ad-week
Leave A Reply

Your email address will not be published.