ଲକ୍ଷ୍ମୌରେ ଘର ଭୁଶୁଡି ଗୋଟିଏ ପରିବାରର ୫ ଜଣ ମୃତ…

add-all

loc

ଲକ୍ଷ୍ମୌ: ଏକାସାଙ୍ଗରେ ଚାଲିଗଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ। ଘର ଭୁଶୁଡି ପଡିବାରୁ ଏପରି ଏକ ଦୁଃଖଦ ଘଟଣା ଘଟିଛି। ଉତ୍ତର ପ୍ରଦେଶରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ।

ସୂଚନା ଅନୁସାରେ, ଲକ୍ଷ୍ମୌର ଏକ କଲୋନୀରେ ଥିବା ଏକ ପୂରୁଣା ଘର ଭୁଶୁଡି ପଡିଥିଲା। ଏଥିରେ ଥିବା ୫ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗୋଟିଏ ପରିବାରର। ଏମାନଙ୍କ ମଧ୍ୟରେ ତିନି ଜଣ ପିଲା ମଧ୍ୟ ଅଛନ୍ତି। ମୃତକମାନେ ହେଉଛନ୍ତି ସତିଶ ଚନ୍ଦ୍ର(40), ସରୋଜିନୀ ଦେବୀ(35) ଏବଂ ତିନି ଜଣ ନାବାଳକ। ତେବେ କେଉଁ କାରଣରୁ ଘର ଭୁଶୁଡି ପଡିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ad-week
Leave A Reply

Your email address will not be published.